Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ରେ ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦ ମହାସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦ ମହାସଂଘ ପକ୍ଷରୁ ରବିବାର ଜିଲ୍ଲାର ବୀରମହାରାଜପୁର ନିକଟସ୍ଥ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆୟୁର୍ବେଦ ଚିକିତ୍ସାର ମହତ୍ତ୍ୱ, ବୈଦ୍ୟମାନଙ୍କ ପରିଚୟ, ଚିକିତ୍ସା ପଦ୍ଧତି ଏବଂ ସେମାନଙ୍କର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝସକେତନ ଗୁରୁ ଆୟୁର୍ବେଦ ଚିକିତ୍ସାର ମହତ୍ତ୍ୱ, ବୈଦ୍ୟମାନଙ୍କ ପରିଚୟ ଓ ବିଭିନ୍ନ ଚିକିତ୍ସାବିଧି ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ। ପାରମ୍ପରିକ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ସହ ବୈଦ୍ୟମାନଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଏଥିରେ ବୈଦ୍ୟମାନଙ୍କ ପ୍ରଗତି, ସେମାନଙ୍କୁ ସଂଗଠିତ କରିବା ଏବଂ ସରକାରଙ୍କ ପକ୍ଷରୁ ଆବଶ୍ୟକ ସ୍ୱୀକୃତି ପ୍ରାପ୍ତି ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବୈଦ୍ୟମାନଙ୍କ ସମସ୍ୟା ଓ ଭବିଷ୍ୟତରେ ସେମାନଙ୍କ ଉନ୍ନତି ପାଇଁ ସଂଘର ଭୂମିକା ସମ୍ପର୍କରେ ମଧ୍ୟ ମତବିନିମୟ ହୋଇଥିଲା।
ଏହି ଅବସରରେ ସଂଘର ସଭାପତି ଉପେନ୍ଦ୍ର ମେହେର, ଉପସଭାପତି ବଳଭଦ୍ର ଜାଲ, ସମ୍ପାଦକ ଗଦାଧର ବାରିକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମେହେର ଏବଂ ସହସମ୍ପାଦକ ରାଜକୁମାର କର୍ମୀଙ୍କ ସମେତ ଆମରିଶ ପଣ୍ଡା, ବୀର ମୁଣ୍ଡା, ବଳଭଦ୍ର ଡାଙ୍ଗ, ନିରୋଜ ପାତ୍ର, ଗୋପାଳ ବରାହ, ଭିକାରୀ ମେହେର, ବିଭୀଷଣ ରଣା, ମକରଧ୍ୱଜ ପଟେଲ, ରଞ୍ଜିତ ମହାକୁର, ତ୍ରିଲୋଚନ ମେହେର, ଜଗଦୀଶ କଳତା ଓ ହୃଷୀକେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ପଙ୍କଜ ଖମାରୀ, ଯୁଧିଷ୍ଠିର ଖମାରୀ ଓ ଗଦାଧର ବାଦି ମଞ୍ଚାସୀନ ଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଜଣ ବୈଦ୍ୟ ଏହି ସଭାରେ ଯୋଗଦେଇଥିଲେ।
ବୈଦ୍ୟମାନଙ୍କ ସାମୂହିକ ଉନ୍ନତି, ଆୟୁର୍ବେଦ ଚିକିତ୍ସାର ପ୍ରଚାରପ୍ରସାର ଏବଂ ସରକାରୀ ସ୍ୱୀକୃତି ପାଇଁ ସଂଗଠିତ ଭାବେ ଆଗକୁ ବଢ଼ିବାର ସଂକଳ୍ପ ସହ ସଭାରେ ଆଲୋଚନା ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ