ଓଡ଼ିଶାର ଗଣମାଧ୍ୟମ ଯାତ୍ରାକୁ ନେଇ Odisha.News ପକ୍ଷରୁ ଗତକାଲି ଦୁଇଟି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ
(ଭୁବନେଶ୍ୱର),୨୪|୧୦: odisha.News ପକ୍ଷରୁ ଗତକାଲି ଓଡ଼ିଶାର ସାମ୍ବାଦିକତା ଓ ଗଣମାଧ୍ୟମର ଇତିହାସ ଉପରେ ଆଧାରିତ ଦୁଇଟି ଡକ୍ୟୁମେଣ୍ଟାରୀର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ପ୍ରଦର୍ଶିତ ହୋଇ ଯାଇଛି। ‘Odisha in the Eye of a Journalist’ ତଥା ‘ସାମ୍ବାଦିକଙ୍କ ଆଖିରେ ଓଡ଼ିଶା’ ଏବଂ ‘Evolution of Odisha Media Industry’ ତଥା ‘ଓଡ଼ିଶା ମିଡ଼ିଆର ଇତିହାସ’ ଦୁଇଟି ଡକ୍ୟୁମେଣ୍ଟାରୀର ପ୍ରଦର୍ଶିତ ହୋଇ ଯାଇଛି ।
‘ସାମ୍ବାଦିକଙ୍କ ଆଖିରେ ଓଡ଼ିଶା’ ଡକ୍ୟୁମେଣ୍ଟାରୀରେ, ୧୯୯୯ ମହାବାତ୍ୟା, ଛବିରାଣୀ ହତ୍ୟାକାଣ୍ଡ, ମାଓବାଦୀ ଆକ୍ରମଣ, ଅଞ୍ଜନା ଗଣ ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ଖବର ପରିବେଷଣରେ ସାମ୍ବାଦିକଙ୍କ ଭୂମିକା ଦର୍ଶାଯାଇଥିବା ବେଳେ ଅନ୍ୟ ଡକ୍ୟୁମେଣ୍ଟାରୀ ‘ଓଡ଼ିଶା ମିଡ଼ିଆର ଇତିହାସ’ ରେ ଓଡ଼ିଶାରେ ଛାପା ଗଣମାଧ୍ୟମର ଆରମ୍ଭରୁ ଟେଲିଭିଜନ୍, ସାଟେଲାଇଟ୍ ନ୍ୟୁଜ୍ ଏବଂ ଡିଜିଟାଲ୍ ମିଡିଆର ବିକାଶ ପର୍ଯ୍ୟନ୍ତ ଯାତ୍ରାକୁ ପ୍ରଦର୍ଶିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପଣ୍ଡା, ପୂର୍ବତନ ପ୍ରଶାସକ ଅଶ୍ୱିନୀ କୁମାର ମିଶ୍ର ଆଦି ଯୋଗ ଦେଇଥିଲେ। ଦୀପ ପ୍ରଜ୍ୱଳନ ଏବଂ ଅତିଥିମାନଙ୍କ ଅଭିଭାଷଣ ପରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ odisha.Newsର ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର ।

