Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ୟୁନିଫର୍ମ ପିନ୍ଧିବେ କୋର୍ଟ କର୍ମଚାରୀ ; ସରକାର ଦେବେ ଭତ୍ତା

ଭୁବନେଶ୍ୱର: ଏଣିକି କୋର୍ଟ କର୍ମଚାରୀମାନେ ପିନ୍ଧିବେ ୟୁନିଫର୍ମ। ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟର କର୍ମଚାରୀମାନେ ନିୟମିତ ପିନ୍ଧିବେ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାରଙ୍କ ତରଫରୁ ମିଳିବ ସ୍ୱତନ୍ତ୍ର ଭତ୍ତା। ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର ସାଲୱାର ସୁଟ୍ ଓ ଚୁଡିଦାର ସହ ନୀଳ ରଙ୍ଗର ଓଢଣୀ ପିନ୍ଧିବେ। ସେହିପରି ଯେଉଁ ମହିଳାମାନେ ଶାଢୀ ପିନ୍ଧିବେ ତାହା ଧଳା ରଙ୍ଗ ଏବଂ ବର୍ଡର ନୀଳ ରଙ୍ଗ ରହିବ।

ଏହି ୟୁନିଫର୍ମ ପାଇଁ କମଚାରୀଙ୍କୁ ପ୍ରତି ଦୁଇ ବର୍ଷରେ ଥରେ ୪ ହଜାର ଟଙ୍କା ଭତ୍ତା ଦେବେ ସରକାର। ଏହାସହ ପ୍ରତି ୩ ମାସରେ ୨୦୦ ଟଙ୍କାର ସଫେଇ ଭତ୍ତା ମଧ୍ୟ ଦେବେ। କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପିଛିଲା ଭାବେ ୨୦୨୩ ଏପ୍ରିଲ ୧ରୁ ଏହି ଭତ୍ତା ମିଳିବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories