ଏଣିକି ୟୁନିଫର୍ମ ପିନ୍ଧିବେ କୋର୍ଟ କର୍ମଚାରୀ ; ସରକାର ଦେବେ ଭତ୍ତା


ଭୁବନେଶ୍ୱର: ଏଣିକି କୋର୍ଟ କର୍ମଚାରୀମାନେ ପିନ୍ଧିବେ ୟୁନିଫର୍ମ। ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟର କର୍ମଚାରୀମାନେ ନିୟମିତ ପିନ୍ଧିବେ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାରଙ୍କ ତରଫରୁ ମିଳିବ ସ୍ୱତନ୍ତ୍ର ଭତ୍ତା। ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର ସାଲୱାର ସୁଟ୍ ଓ ଚୁଡିଦାର ସହ ନୀଳ ରଙ୍ଗର ଓଢଣୀ ପିନ୍ଧିବେ। ସେହିପରି ଯେଉଁ ମହିଳାମାନେ ଶାଢୀ ପିନ୍ଧିବେ ତାହା ଧଳା ରଙ୍ଗ ଏବଂ ବର୍ଡର ନୀଳ ରଙ୍ଗ ରହିବ।

ଏହି ୟୁନିଫର୍ମ ପାଇଁ କମଚାରୀଙ୍କୁ ପ୍ରତି ଦୁଇ ବର୍ଷରେ ଥରେ ୪ ହଜାର ଟଙ୍କା ଭତ୍ତା ଦେବେ ସରକାର। ଏହାସହ ପ୍ରତି ୩ ମାସରେ ୨୦୦ ଟଙ୍କାର ସଫେଇ ଭତ୍ତା ମଧ୍ୟ ଦେବେ। କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପିଛିଲା ଭାବେ ୨୦୨୩ ଏପ୍ରିଲ ୧ରୁ ଏହି ଭତ୍ତା ମିଳିବ ବୋଲି ଜଣାପଡ଼ିଛି।