ଭୁର୍ଷାଗୁଡା ରେ ମା ଠାକୁରାଣୀ ଙ୍କ ବାର୍ଷିକ ଦଶହରା ଉତ୍ସଵ, ଘୁମୁରା ପ୍ରତିଯୋଗିତା ରେ ଦୁଲିକିଲା ମଞ୍ଚ।
କଳାହାଣ୍ଡି,୨୫/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଭୁର୍ଷାଗୁଡା ଗ୍ରାମ ରେ ଗ୍ରାମ ର ଆରାଧ୍ୟ ଦେବୀ ମା ଙ୍କ ବାର୍ଷିକ ଦଶହରା ଉତ୍ସଵ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶହରା କମିଟି ର ସଭାପତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ସ୍ଥାନୀୟ ସରପଞ୍ଚ ଇଶରାମ କୋଲଥିଆ,ସମିତି ସଭ୍ୟ ଘନଶ୍ୟାମ ନାଏକ,ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସାହୁ, ସମାଜସେବି ଅର୍ଜୁନ ଅଗ୍ରୱାଲ,ପୁରୁଷୋତ୍ତମ ନାଏକ ପ୍ରମୁଖ ଯୋଗ ଦେଇ ଦଶହରା ଉତ୍ସଵ ର ଶୁଭେଚ୍ଛା ଜଣେଇବା ସହ ଅଞ୍ଚଳ କଳାକାର ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ମଞ୍ଚ,ଏହାଦ୍ବାରା ଅଞ୍ଚଳ ର କଳାକାର ଲୋକଲୋଚନକୁ ଆସିବ ବୋଳି କହିଥିଲେ। ସ୍ୱାମୀ ବିବେକାନନ୍ଦ ଯୁବ ସଙ୍ଘ ଓ ମା ଠାକୁରାଣୀ ପୂଜା କମିଟି ପକ୍ଷରୁ ସଭାପତି ସେନାପତି ନିଆଳ,ଉପ ସଭାପତି ପଦ୍ମ ଲୋଚନ ମାଝୀ,ସମ୍ପାଦକ ଭରତରାମ ମାଝୀ, ସହ ସମ୍ପାଦକ ଦୈତାରି ମାଝୀ, କୋଷାଧ୍ୟକ୍ଷ ତୁଳସିରାମ ରଣା,ଯୁବ ସଙ୍ଘ ସଭାପତି ଶିବାନ ମାଝୀ, ଯୁବସଙ୍ଘ ସମ୍ପାଦକ କ୍ଷୀରୋଦ କୁମାର ନାଏକ ସମେତ ଭୁର୍ଷାଗୁଡା ଗ୍ରାମବାସୀ ମାନେ ଦଶହରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

