Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ଶକ୍ତିମନ୍ତ୍ରୀ, କହିଲେ ଏହା ‘ପାୱାର କଟ୍‌’ ନୁହେଁ ‘ପାୱାର ଟ୍ରିପ୍‌’

ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌କାଟକୁ ନେଇ ଅସନ୍ତୁଷ୍ଟ ଜନସାଧାରଣ। ରାଜଧାନୀରେ ବି ହେଉଛି ଘନ ଘନ ବିଜୁଳି କାଟ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସ ସଚିବ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ହକାଇଛନ୍ତି। ଅନ୍ୟପଟେ ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଏହା ଶୁଣିବାକୁ ନାରାଜ। ମନ୍ତ୍ରୀଙ୍କ କହିବା କଥା ରାଜ୍ୟରେ ‘ପାୱାର କଟ୍‌’ ନୁହେଁ ‘ପାୱାର ଟ୍ରିପ୍‌’ ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଖବର ପ୍ରସାରଣ କଲା ବେଳେ ଗଣମାଧ୍ୟମ ‘ପାୱାର କଟ୍‌’ ନୁହେଁ ‘ପାୱାର ଟ୍ରିପ୍‌’ କହିବା ଆବଶ୍ୟକ। ଏଭଳି ଅଜବ ଯୁକ୍ତି ରଖିଛନ୍ତି ଶକ୍ତି ମନ୍ତ୍ରୀ। ‘ପାୱାର କଟ୍‌’ ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ। ଝଡବର୍ଷା ହେଲେ ବିଜୁଳି କାଟିବାକୁ ବାଧ୍ୟ ବୋଲି ସେ କହିଛନ୍ତି।

ଅସହ୍ୟ ଗରମ ‌ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଗୁରୁବାର ଅପରାହ୍ନରେ ରାଜଧାନୀରେ କାଳବୈଶାଖୀ ପରେ ରାଜ୍ୟରେ ଦେଖାଦେଇଥିବା ବିଜୁଳି କାଟ ସମସ୍ୟା ପୁଣି ଥରେ ଆଲୋଚନା ପରିସରକୁ ଆସିଛି । ହେଲେ ବିଜୁଳି କାଟ ଖବରକୁ ଖଣ୍ଡନ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର ‘କାଳ ବୈଶାଖୀ’ ଯୋଗୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ