Istanbul Wedding Photoshoot: ଉଡ଼ନ୍ତା ବେଲୁନ୍ ସହ ଟାଣି ହୋଇଗଲେ କନ୍ୟା, ଅଧାରୁ ବନ୍ଦ ହେଲା ବିବାହ ଫଟୋସୁଟ୍
ତୁର୍କୀ: ତୁର୍କୀର ଇସ୍ତାନବୁଲ୍ ସହରର ବୋସଫୋରସ୍ ନଦୀ କୂଳରେ ଏକ ବିବାହ ଫଟୋସୁଟ୍ ସମୟରେ ଅଜବ ଘଟଣା ଘଟିଥିବା ଦାବି କରାଯାଉଛି। ଭାଇରାଲ୍ ଭିଡିଓ ଅନୁସାରେ, ଫଟୋସୁଟ୍ ପାଇଁ ଜଣେ କନ୍ୟା ବଡ଼ ଗୁଚ୍ଛରେ ସଜାଯାଇଥିବା ବେଲୁନ୍ ଧରି ଠିଆ ହୋଇଥିଲେ। ହଠାତ୍ ବେଲୁନ୍ଗୁଡ଼ିକ ଉପରକୁ ଉଠିବାରୁ କନ୍ୟାଜଣକ ମଧ୍ୟ ଆଗକୁ ଟାଣି ହୋଇଯାଇଥିଲେ।
ବେଲୁନ୍ଗୁଡ଼ିକର ପ୍ରବଳ ଟାଣ ଯୋଗୁଁ କନ୍ୟାଙ୍କ ପାଇଁ ସ୍ଥିର ହୋଇ ଠିଆ ହେବା କଷ୍ଟକର ହୋଇପଡ଼ିଥିଲା। ଫଳରେ ଫଟୋସୁଟ୍ ଆଗକୁ ଜାରି ରଖିବା ସମ୍ଭବ ହୋଇନଥିଲା ଏବଂ ଏହାକୁ ମଝିରେ ହିଁ ବନ୍ଦ କରିବାକୁ ପଡ଼ିଥିଲା।
ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ବିବାହ ଫଟୋସୁଟ୍ର ଏକ ମଜାଦାର ମୁହୂର୍ତ୍ତ ହଠାତ୍ ଅପ୍ରତ୍ୟାଶିତ ଘଟଣାରେ ପରିଣତ ହୋଇଥିବା ଭିଡିଓରେ ଦାବି କରାଯାଇଛି।

