Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hyderabad Fake Aadhaar-PAN Racket: ୩୦୦ରୁ ୧,୦୦୦ ଟଙ୍କାରେ ବଦଳୁଥିଲା ଆଧାର-PAN କାର୍ଡ, ୩୬ ବର୍ଷୀୟ ଯୁବକ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ବେଆଇନ ଭାବେ ଆଧାର ଓ PAN କାର୍ଡରେ ଜାଲିଆତି କରୁଥିବା ଅଭିଯୋଗରେ ଜଣେ ୩୬ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଜଣକ ଟଙ୍କା ନେଇ ପରିଚୟପତ୍ରରେ ଥିବା ତଥ୍ୟ ବଦଳାଇବା ସହ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେ ୩୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିବା ପୋଲିସ କହିଛି।

ପୋଲିସ ଚଢ଼ାଉ ସମୟରେ ୬୦ଟି ନକଲି କିମ୍ବା ପରିବର୍ତ୍ତିତ ଆଧାର କାର୍ଡ, ୨ଟି PAN କାର୍ଡ ଏବଂ ଜାଲିଆତିରେ ବ୍ୟବହୃତ କିଛି ଇଲେକ୍ଟ୍ରୋନିକ୍‌ ଉପକରଣ ଜବତ କରିଛି। ଏହି କାରବାରରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।

ଅନ୍ୟପଟେ, ଜାଲିଆତି କରାଯାଇଥିବା ପରିଚୟପତ୍ର କେଉଁମାନେ ବ୍ୟବହାର କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି। ଏହି କାରବାର ପଛରେ ଥିବା ନେଟୱର୍କ ଏବଂ ଅଭିଯୁକ୍ତଙ୍କ ଗ୍ରାହକଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories