Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Indira Gandhi Death Anniversary: ‘ଦାଦି’ଙ୍କ ସହ ପିଲାଦିନର ସ୍ମୃତି ବାଣ୍ଟିଲେ ରାହୁଲ-ପ୍ରିୟଙ୍କା, ଭାବପ୍ରବଣ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁବାର୍ଷିକୀ ଅବସରରେ ତାଙ୍କୁ ମନେ ପକାଇଛନ୍ତି ନାତି ରାହୁଲ ଗାନ୍ଧୀ ଓ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଉଭୟେ ସୋସିଆଲ ମିଡିଆରେ ଇନ୍ଦିରାଙ୍କ ସହ ପିଲାଦିନର ଫଟୋ ସେୟାର କରିବା ସହ ତାଙ୍କ ସହ ବିତାଇଥିବା ସମୟର ସ୍ମୃତି ବାଣ୍ଟିଛନ୍ତି। ରାହୁଲ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଦାଦିଙ୍କ କୋଳରେ ବସିବା, ତାଙ୍କ ଦୁଇ ହାତ ଧରିବା ଏବଂ ତାଙ୍କ ମୁହଁରୁ ଯଜୁର୍ବେଦର ଶାନ୍ତି ମନ୍ତ୍ର ଶୁଣିବା ତାଙ୍କ ପାଇଁ ଅଭୁଲା ସ୍ମୃତି। ଏହାକୁ ଜୀବନର ଏକ ସୁନ୍ଦର ଉପହାର ଭାବେ ସେ ଉଲ୍ଲେଖ କରିଛନ୍ତି।

ସେହିପରି ପ୍ରିୟଙ୍କା ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ସହ ନିଜ ପିଲାଦିନର ଏକ ଫଟୋ ସେୟାର କରି ତାଙ୍କ ବ୍ୟକ୍ତିତ୍ୱକୁ ମନେ ପକାଇଛନ୍ତି। ଇନ୍ଦିରା ଆକାଶ ପରି ମୁକ୍ତ, ସମୁଦ୍ର ପରି ଗଭୀର, ପୃଥିବୀ ପରି ସହନଶୀଳ ଏବଂ ଅଗ୍ନି ପରି ଉଜ୍ଜ୍ୱଳ ଥିଲେ ବୋଲି ସେ ଲେଖିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସାହସ, ଦୃଢ଼ ସଂକଳ୍ପ ଓ ଦେଶ ପ୍ରତି ଅବଦାନକୁ ମନେ ପକାଇଛନ୍ତି। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଇନ୍ଦିରା ଦେଇଥିବା ଭାଷଣର କିଛି ଅଂଶ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

୧୯୧୭ ନଭେମ୍ବର ୧୯ରେ ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିବା ଇନ୍ଦିରା ଗାନ୍ଧୀ ୧୯୬୬ରୁ ୧୯୭୭ ଏବଂ ପୁଣି ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ, ହରିତ ବିପ୍ଳବର ସମ୍ପ୍ରସାରଣ, ୧୯୭୪ର ପୋଖରାନ୍‌ ପରମାଣୁ ପରୀକ୍ଷଣ ଏବଂ ୧୪ଟି ପ୍ରମୁଖ ବ୍ୟାଙ୍କର ଜାତୀୟକରଣ ତାଙ୍କ ଶାସନକାଳର ଉଲ୍ଲେଖନୀୟ ଘଟଣା ମଧ୍ୟରେ ରହିଛି। ୧୯୮୪ ଅକ୍ଟୋବର ୩୧ରେ ତାଙ୍କ ହତ୍ୟା ହୋଇଥିଲା। ତାଙ୍କ ଜନ୍ମଦିନ ନଭେମ୍ବର ୧୯କୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories