Jhansi Rat Killing Case: ମୂଷା ମାରିବା ଅଭିଯୋଗରେ ୪ ଯୁବକଙ୍କ ନାଁରେ ମାମଲା, BNS ଧାରା ୩୨୫ରେ ତଦନ୍ତ ଆରମ୍ଭ
ଉତ୍ତରପ୍ରଦେଶ: ମଣିଷକୁ, ପଶୁକୁ ମାରିବା କିମ୍ବା ଅନ୍ୟ କୌଣସି ଅପରାଧ ଜନିତ କାର୍ଯ୍ୟକଳାପରେ ମଣିଷକୁ କେହି ଗିରଫ କରାଯାଇଥିବା କଥା ଆପଣ ଶୁଣିଥିବେ ନିଶ୍ଚୟ | କିନ୍ତୁ ମୂଷା କୁ ମାରି କେହି ଗିରଫ ହୁଅନ୍ତି ଏହା କଣ ଆପଣ ଜାଣନ୍ତି କି? ହଁ ଏ କଥା ସତ! ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ ଯୋଉଠି ୪ ଜଣ ଯୁବକ ମୂଷା ମାରିବାକୁ ଯାଇ ଗିରଫ ହୋଇଛନ୍ତି | ଉତ୍ତରପ୍ରଦେଶର ଝାନ୍ସୀରେ ମୂଷା ମାରିବା ଅଭିଯୋଗରେ ୪ ଜଣ ଯୁବକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ହେଲେ ଜୁନୈଦ କୁରେଶୀ, ଜିଶାନ କୁରେଶୀ, ଆସିଫ୍ କୁରେଶୀ ଓ ଶଫିକ୍। ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ପୋଲିସ ଆଇନଗତ ପଦକ୍ଷେପ ନେଇଛି।
ପୋଲିସ ଚାରିଜଣଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୨୫ ଅନୁସାରେ ମାମଲା ରୁଜୁ କରିଛି। ଏହି ଧାରାରେ ପଶୁକୁ ମାରିବା, ବିଷ ଦେବା କିମ୍ବା ଆଘାତ ପହଞ୍ଚାଇବା ଭଳି ଅପରାଧ ସମ୍ପର୍କିତ ବ୍ୟବସ୍ଥା ରହିଛି।
ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗର ସତ୍ୟତା ଏବଂ ଘଟଣାରେ ଚାରିଜଣଙ୍କ ଭୂମିକା ସମ୍ପର୍କରେ ଯାଞ୍ଚ କରାଯାଉଛି। ତଦନ୍ତ ପରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।

