Lakshya Sen Hilo Open: ବ୍ୟାଡମିଣ୍ଟନ୍ ରେ ଆମେରିକାରେ ହାଇଲୋ ଓପନ୍ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍, ଜୋନାଥନ କ୍ରିଷ୍ଟିଙ୍କୁ ହରାଇ ହାସଲ କଲେ ସପ୍ତମ ଟ୍ରଫି
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍ ଚଳିତ ସିଜିନ୍ରେ ପ୍ରଥମ ଟାଇଟଲ୍ ଜିତିଛନ୍ତି। ବିଶ୍ୱ ରାଙ୍କିଂର ୧୪ତମ ସ୍ଥାନରେ ଥିବା ଲକ୍ଷ୍ୟ ହାଇଲୋ ଓପନ୍ର ଫାଇନାଲ୍ରେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସେ ସିଧାସଳଖ ଦୁଇଟି ଗେମ୍ରେ ୨୧-୧୭ ଓ ୨୧-୧୦ ସେଟ୍ରେ ବିଜୟ ହାସଲ କରିଥିଲେ।
ଏହି ବିଜୟ ସହ ଲକ୍ଷ୍ୟଙ୍କ କ୍ୟାରିୟରର ମୋଟ ଟାଇଟଲ୍ ସଂଖ୍ୟା ୭ରେ ପହଞ୍ଚିଛି। ଚଳିତ ସିଜିନ୍ରେ ଦୀର୍ଘ ସମୟ ଧରି ଟାଇଟଲ୍ ଅପେକ୍ଷାରେ ଥିବା ଲକ୍ଷ୍ୟ ଫାଇନାଲ୍ରେ ଦମ୍ଦାର ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି। ବିଶେଷ କରି ଦ୍ୱିତୀୟ ଗେମ୍ରେ କ୍ରିଷ୍ଟିଙ୍କୁ ମାତ୍ର ୧୦ ପଏଣ୍ଟରେ ସୀମିତ ରଖି ସେ ମ୍ୟାଚ୍ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିଥିଲେ।
ଏହା ଲକ୍ଷ୍ୟ ସେନ୍ଙ୍କ ଦ୍ୱିତୀୟ ହାଇଲୋ ଓପନ୍ ଟାଇଟଲ୍। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଥର ଚାମ୍ପିୟନ୍ ହେବାରେ ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି। ଏହି ସଫଳତା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ରେ ଭାରତର ଉପସ୍ଥିତିକୁ ଆଉ ଏକ ନୂଆ ପରିଚୟ ଦେଇଛି।

