Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhopal Family Death Case: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ, ଅନ୍ୟ ସ୍ଥାନରୁ ମିଳିଲା ସ୍ୱାମୀଙ୍କ ମୃତଦେହ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳ ସହର ଉପକଣ୍ଠରେ ଏକ ଘର ଭିତରୁ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ଦୁଇ ଶିଶୁ ଏବଂ ଜଣେ ବୃଦ୍ଧା ଅଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅନ୍ୟପଟେ ମହିଳାଙ୍କ ସ୍ୱାମୀ ୩୫ ବର୍ଷୀୟ ନରେନ୍ଦ୍ର ସାହୁଙ୍କ ମୃତଦେହ ସୁଖିସେୱାନିଆ ଥାନା ଅଧୀନ ଅନ୍ୟ ଏକ ସ୍ଥାନରୁ ମିଳିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ନରେନ୍ଦ୍ର ପ୍ରଥମେ ନିଜ ପରିବାରର ଚାରି ଜଣଙ୍କୁ ହତ୍ୟା କରିଥିବା ଏବଂ ପରେ ନିଜ ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଘଟଣା ସମ୍ପର୍କରେ ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୁଲିସ ପକ୍ଷରୁ ଉଭୟ ସ୍ଥାନରେ ଯାଞ୍ଚ କରାଯାଉଛି। ମୃତ୍ୟୁର ପରିସ୍ଥିତି, ଘଟଣା ପଛର କାରଣ ଏବଂ ନରେନ୍ଦ୍ରଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ