Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Oman Ship Attack: ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଜଣେ ନାବିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ଲାଗିଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ଏଥିରେ ଗୁଜରାଟର ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ନାବିକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଜାହାଜଟିର ନାମ ଏମ୍‌ଏସ୍‌ଭି ଅଲ୍‌ ଜୁସୁଫି (MSV Al Jusufi) ଏବଂ ଏଥିରେ ମୋଟ ୧୪ ଜଣ ଭାରତୀୟ ନାବିକ ଥିଲେ। ସୋମବାର ଓମାନ ଉପକୂଳ ନିକଟରେ ଜାହାଜଟି ଯାଉଥିବା ସମୟରେ ଏକ ଅଜଣା ଆକାଶମାର୍ଗୀୟ ବସ୍ତୁ ଏହାକୁ ଆଘାତ କରିଥିବା କେନ୍ଦ୍ରୀୟ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି।

ଆକ୍ରମଣ ପରେ ଓମାନ କୋଷ୍ଟ ଗାର୍ଡ ୧୩ ଜଣ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ତେବେ ଗୁଜରାଟର ଗନ୍ଧର ନାହିମ ଅଜିଜ ନାମକ ଜଣେ ନାବିକ ଗୁରୁତର ଆହତ ହେବା ପରେ ପ୍ରାଣ ହରାଇଛନ୍ତି। ଏହି ଖବରରେ ଦୁଃଖ ପ୍ରକାଶ କରି ମନ୍ତ୍ରୀ ସୋନୋୱାଲ ସୋସିଆଲ ମିଡିଆ ‘ଏକ୍ସ’ରେ ମୃତ ନାବିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ୧୩ ଜଣ ନାବିକଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସମସ୍ତଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ଓମାନସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ମୃତ ନାବିକଙ୍କ ମରଶରୀରକୁ ମଧ୍ୟ ଶୀଘ୍ର ଭାରତ ଅଣାଯିବା ପାଇଁ ପଦକ୍ଷେପ ନିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories