Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gidipabali Landslide: ଭୂସ୍ଖଳନ ରୋକିବାକୁ ସରକାରଙ୍କ ଯୋଜନା, ବିପଦପୂର୍ଣ୍ଣ ପାହାଡ଼ ଅଞ୍ଚଳରୁ ସ୍ଥାନାନ୍ତର ହେବେ ଲୋକେ

କନ୍ଧମାଳ: ଗିଡ଼ିପାବାଲି ଭୂସ୍ଖଳନ ପରେ ଏଭଳି ଦୁର୍ଘଟଣାରେ ଜନଜୀବନ କ୍ଷତି ରୋକିବାକୁ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ ଉପରେ ଏବଂ ପାହାଡ଼ ତଳେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସର୍ଭେ ଆରମ୍ଭ ହୋଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ରହିଛି। ଏହି ଅଞ୍ଚଳରେ ଅନେକ ଭୂସ୍ଖଳନ ସମ୍ଭାବନା ଥିବା ସ୍ଥାନ ଚିହ୍ନଟ ହୋଇଛି। ସେଠାରେ ପାହାଡ଼ ଉପରେ ଓ ତଳେ ରହୁଥିବା ପରିବାରଙ୍କ ସଂଖ୍ୟା ଜାଣିବା ପାଇଁ ସର୍ଭେ ଚାଲିଛି। ପାହାଡ଼ ତଳେ ରହୁଥିବା ଲୋକଙ୍କ ପାଇଁ ନୂଆ ବସ୍ତି ଓ ଘର ନିର୍ମାଣ କରି ଯୋଗାଇ ଦେବାକୁ ସରକାର ଯୋଜନା କରୁଛନ୍ତି। ଏଥିସହ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟର ଅଧିକାରୀମାନେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଯାଇଥିବା ମନ୍ତ୍ରୀ କହିଛନ୍ତି।

ଗିଡ଼ିପାବାଲି ଭୂସ୍ଖଳନରୁ ବଞ୍ଚିଯାଇଥିବା ଲୋକେ ମଧ୍ୟ ପାହାଡ଼ ତଳେ ସୁରକ୍ଷିତ ଜାଗା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେମାନଙ୍କୁ ଅନ୍ୟ ସ୍ଥାନରେ ଘର ଯୋଗାଇ ଦିଆଯିବା ସହ ଅନ୍ତ୍ୟୋଦୟ ଆବାସ ଯୋଜନାରେ ଘର ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories