Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Google Layoffs: ଏଆଇରେ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବା ପ୍ରସ୍ତାବ ଦେଲା ଗୁଗଲ୍‌

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ବିପୁଳ ଖର୍ଚ୍ଚ ମଧ୍ୟରେ କମ୍ପାନିର ବ୍ୟୟ କମାଇବାକୁ ଗୁଗଲ୍‌ ବିଭିନ୍ନ ଦେଶରେ କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବା ଯୋଜନା ବଢ଼ାଇଛି। ଚଳିତ ବର୍ଷ ଜୁନ୍‌ରୁ କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଓ ସ୍ୱିଜରଲ୍ୟାଣ୍ଡର କିଛି କର୍ମଚାରୀଙ୍କୁ ଏହି ପ୍ରସ୍ତାବ ଦେବା ଆରମ୍ଭ କରିଥିବା କମ୍ପାନି ସ୍ପଷ୍ଟ କରିଛି।

ଏହି ଯୋଜନାକୁ ଗ୍ରହଣ କରି ଚାକିରି ଛାଡ଼ୁଥିବା କର୍ମଚାରୀଙ୍କୁ ପ୍ରତି ବର୍ଷର ଚାକିରି ପାଇଁ ଗୋଟିଏ ମାସର ଦରମା ଦିଆଯାଉଛି। ତେବେ ଏହି ଅର୍ଥର ସର୍ବାଧିକ ସୀମା ୧୨ ମାସର ଦରମା ରଖାଯାଇଛି।

ଗୁଗଲ୍‌ର ଏହି ପଦକ୍ଷେପ ପଛରେ ମୁଖ୍ୟ କାରଣ ହେଉଛି ଖର୍ଚ୍ଚ ନିୟନ୍ତ୍ରଣ। ଏଆଇ କ୍ଷେତ୍ରରେ କମ୍ପାନିର ନିବେଶ ବଢ଼ୁଥିବାରୁ ଅନ୍ୟ କ୍ଷେତ୍ରରେ ବ୍ୟୟ କମାଇବା ଉପରେ ଏହା ଗୁରୁତ୍ୱ ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories