Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Stray Dogs: ମହାରାଷ୍ଟ୍ରରେ ୨.୮୧ ଲକ୍ଷ କୁକୁରଙ୍କ ବନ୍ଧ୍ୟାକରଣ, ୬.୩୪ ଲକ୍ଷଙ୍କୁ ଟିକା; ୫ ଲକ୍ଷ କୁକୁର କାମୁଡ଼ା ମାମଲାକୁ ନେଇ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ଟିକାକରଣକୁ ନେଇ ରାଜ୍ୟ ସରକାର ବମ୍ବେ ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ସରକାରଙ୍କ ସୂଚନା ଅନୁସାରେ, ୨୦୨୬ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୨,୮୧,୯୪୩ଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଏହା ସହ ୬,୩୪,୫୬୩ଟି କୁକୁରଙ୍କୁ ଟିକା ଦିଆଯାଇଛି। ବୁଲା କୁକୁର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେତେଦୂର ପାଳନ ହୋଇଛି, ସେ ସମ୍ପର୍କରେ ଶୁଣାଣି ବେଳେ ସରକାର ଏହି ତଥ୍ୟ ଦେଇଛନ୍ତି।

ଶୁଣାଣି ସମୟରେ ଆବେଦନକାରୀ ମନୋଜ ଜୟସ୍ୱାଲ କହିଥିଲେ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୫ ଲକ୍ଷ କୁକୁର କାମୁଡ଼ା ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟକୁ ନେଇ ହାଇକୋର୍ଟ ଚିନ୍ତା ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ପକ୍ଷମାନଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି।

ଏଥିସହ କୁକୁର କାମୁଡ଼ା ଘଟଣା ବଢ଼ିବା ପଛରେ ଟିକାକରଣର ଅଭାବ ରହିଛି ନା ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନାହିଁ, ସେ ନେଇ ମଧ୍ୟ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏହି ସମସ୍ୟାର ମୂଳ କାରଣ ଚିହ୍ନଟ କରିବା ସହ ଏହାର ସମାଧାନ ପାଇଁ କି ପଦକ୍ଷେପ ନିଆଯାଇପାରିବ, ସେ ଦିଗରେ କୋର୍ଟ ମତାମତ ଚାହିଁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories