Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷଜମି ରୁ ମୁଣ୍ଡ ବିହୀନ ଯୁବକ ର ଶବ ଠାବ, ହତ୍ୟା ସନ୍ଦେହ, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି,୦୫/୧୧
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ସୁପାଡ଼ ଗ୍ରାମ ରାସ୍ତା ମଝିରେ ଥିବା ଏକ ଚାଷଜମି ରୁ ଜଣେ ଯୁବକ ଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି। ଲଡୁଗାଁ ବନ୍ଧପଡା ର ଚାଷି ନିଜ ଚାଷଜମି କୁ ଯାଇଥିବା ବେଳେ ବିଲ ମଝିରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ, ପରେ କୋକସରା ପୋଲିସ କୁ ଖବର ଦେବାପରେ ପୋଲିସ ଏସଆଇ ରଶ୍ମି ରଞ୍ଜନ ବାଗ ଓ ଟିମ ଘଟଣାସ୍ଥଳରେ ଅପରାହ୍ନ ରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ। ତେବେ ଧାନ ଫସଲ ଥିବା ଚାଷଜମି ମଝି ରେ ଯୁବକ ର ମୁଣ୍ଡ ବିହୀନ ମୃତଦେହ ପଡି ରହିଥିବା ବେଳେ ଯୁବକ ର ଦେହରେ ଅନେକ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହା ହତ୍ୟାକାଣ୍ଡ ଘଟଣା ବୋଳି ଅଞ୍ଚଳ ରେ ଚର୍ଚ୍ଚା ହେଉଛି। ତେବେ ମୃତ ଯୁବକ ର ପରିଚୟ ଅସ୍ପଷ୍ଟ ରହିଛି। ସନ୍ଧ୍ୟା ହେବାରୁ ଆଜି ମୃତଦେହ ଉଦ୍ଧାର କରା ଯାଇନାହିଁ।ଆସନ୍ତାକାଲି ମୃତଦେହ ଉଦ୍ଧାର ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ତଦନ୍ତ କରାଯିବ ବୋଳି ପୋଲିସ ସୂତ୍ରରୁ ସୂଚନା ମିଳିଛି।ମୃତ ଯୁବକ ଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ଟି କାହାର ଏବଂ କେଉଁ ପରିସ୍ଥିତିରେ ଏଠାକୁ ଆସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଳି ସୂଚନା ମିଳିଛି।ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ