Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jharkhand: ଫେସବୁକ୍ ଲାଇଭ୍‌ରେ ନିଜ ଅଭିଯୋଗ ଜଣାଉଥିବା ବେଳେ ଆଦିବାସୀ ମହିଳାଙ୍କ ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡର ଜଣେ ଆଦିବାସୀ ମହିଳା କର୍ମୀଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାଞ୍ଚିରେ ସେ ଫେସବୁକ୍‌ରେ ଲାଇଭ୍‌ କରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଲାଇଭ୍‌ ଭିଡିଓରେ ସେ ନିଜର ସମସ୍ୟା ଓ ଅଭିଯୋଗ ବିଷୟରେ କହୁଥିବା ଶୁଣିବାକୁ ମିଳିଥିଲା।

ଏହି ସମୟରେ ସେ ସ୍ଥାନୀୟ ଥାନାର ଇନ୍ସପେକ୍ଟରଙ୍କ ସହ ଫୋନ୍‌ରେ କଥା ହେଉଥିବା ମଧ୍ୟ ଶୁଣାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଫେସବୁକ୍‌ ଲାଇଭ୍‌ ସମୟରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ତେବେ ଏହା ପଛରେ ଥିବା କାରଣ ଏବଂ ମହିଳାଙ୍କ ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories