Harry Boxer Detained: ଆମେରିକାରେ ହେପାଜତରେ ଗ୍ୟାଙ୍ଗଷ୍ଟର ହ୍ୟାରୀ ବକ୍ସର!ରୋହିତ ଶେଟ୍ଟୀଙ୍କ ଘରେ ଗୁଳିମାଡ଼ ଘଟଣା ସହ ରହିଛି ଲିଙ୍କ୍
ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହ୍ୟାରୀ ବକ୍ସରକୁ ଆମେରିକାରେ ହେପାଜତକୁ ନିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ହ୍ୟାରୀ ବକ୍ସର ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଥିବା ବେଳେ ଆମେରିକାରେ ରହି ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା କରୁଥିଲା। ରୋହିତ ଶେଟ୍ଟୀଙ୍କ ଘର ବାହାରେ ହୋଇଥିବା ଗୁଳିମାଡ଼ ଘଟଣା ପାଇଁ ମଧ୍ୟ ସେ ନିଜକୁ ଦାୟୀ କରିଥିବା କୁହାଯାଉଛି।
ଏହି ଘଟଣା ପରେ ହ୍ୟାରୀ ବକ୍ସର ସୋସିଆଲ ମିଡିଆ ପୋଷ୍ଟ ଏବଂ ଅଡିଓ ମାଧ୍ୟମରେ ବଲିଉଡ୍ ସହ ଜଡ଼ିତ କିଛି ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି। ତା’ ନାମରେ ହତ୍ୟା, ଧମକ ଦେବା ଏବଂ ଜବରଦସ୍ତି ଚାନ୍ଦା ଆଦାୟ ଭଳି ଅନେକ ମାମଲା ରହିଥିବା କୁହାଯାଉଛି।
ତେବେ ହ୍ୟାରୀ ବକ୍ସରକୁ ଆମେରିକାରେ ହେପାଜତକୁ ନିଆଯିବା ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ। ତେଣୁ ଏହି ଖବରର ସରକାରୀ ପୁଷ୍ଟିକରଣକୁ ଅପେକ୍ଷା କରାଯାଇଛି।

