E20 Petrol: ‘ଜନତାଙ୍କ ଗାଡ଼ିରୁ ପେଟ୍ରୋଲ ଚୋରି’, E20କୁ ନେଇ କେନ୍ଦ୍ରକୁ ଘେରିଲେ ରାହୁଲ ଗାନ୍ଧୀ!
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କର୍ଣ୍ଣାଟକରେ ହୋଇଥିବା ପେଟ୍ରୋଲ ଯାଞ୍ଚ କଥା ଉଠାଇବା ସହ ‘ଜନତାଙ୍କ ଗାଡ଼ିରୁ ପେଟ୍ରୋଲ ଚୋରି ହେଉଛି’ ବୋଲି କହିଛନ୍ତି। ଏପରିକି E20 ଏବେ 420 (ଠକେଇ) ପାଲଟିଯାଇଛି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ, ମୋଦୀ ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶାଯାଉଥିବା ଦାବି କରୁଛନ୍ତି। କିନ୍ତୁ କର୍ଣ୍ଣାଟକରେ ହୋଇଥିବା ଯାଞ୍ଚ ଏହି ଦାବି ଉପରେ ପ୍ରଶ୍ନ ଉଠାଇଛି। କର୍ଣ୍ଣାଟକ ସରକାର ରାଜ୍ୟର ୭ଟି ଜିଲ୍ଲାରୁ ପେଟ୍ରୋଲ ନମୁନା ସଂଗ୍ରହ କରିଥିଲେ। ପରେ ଏହି ନମୁନାଗୁଡ଼ିକୁ ମାନ୍ୟତାପ୍ରାପ୍ତ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା।
ଏହି ପରୀକ୍ଷାର ଫଳାଫଳ ଆଶ୍ଚର୍ଯ୍ୟଜନକ ବୋଲି ରାହୁଲ ଗାନ୍ଧୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଯାଞ୍ଚରେ କ’ଣ ଫଳାଫଳ ଆସିଛି, ସେନେଇ ଦିଆଯାଇଥିବା ସୂଚନାରେ ବିସ୍ତୃତ ତଥ୍ୟ ନାହିଁ।

