Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SBI New Branch: ଆମେରିକାରେ ବ୍ୟବସାୟ ବଢ଼ାଇଲା SBI, ଟେକ୍ସାସରେ ଖୋଲିଲା ନୂଆ ଶାଖା!

ନୂଆଦିଲ୍ଲୀ: ଆମେରିକାରେ ନିଜର ବ୍ୟବସାୟ ବଢ଼ାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)। ଟେକ୍ସାସର ଫ୍ରିସ୍କୋ ସହରରେ ଏହାର ଏକ ନୂଆ ବ୍ୟାଙ୍କ ଶାଖା ଖୋଲାଯାଇଛି। SBIର ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (କାଲିଫର୍ଣ୍ଣିଆ) ଏହି ଶାଖା ଖୋଲିଛି। ଏହା ସହ କାଲିଫର୍ଣ୍ଣିଆ ବାହାରେ ପ୍ରଥମ ଥର ପାଇଁ ଏହି କମ୍ପାନୀ ନିଜର ଭୌତିକ ବ୍ୟାଙ୍କ ଶାଖାର ସମ୍ପ୍ରସାରଣ କରିଛି। ନୂଆ ଶାଖା ଖୋଲିବା ପରେ ଆମେରିକାରେ ଏହି ସହାୟକ କମ୍ପାନୀର ବ୍ୟାଙ୍କିଂ କେନ୍ଦ୍ର ସଂଖ୍ୟା ୮କୁ ବୃଦ୍ଧି ପାଇଛି।

SBI ଗ୍ରୁପ୍‌ର ଅଧ୍ୟକ୍ଷ ସିଏସ୍ ଶେଟ୍ଟୀ ଏହି ନୂଆ ଶାଖାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ହ୍ୟୁଷ୍ଟନ୍‌ରେ ଅବସ୍ଥାପିତ ଭାରତର ମହାବାଣିଜ୍ୟ ଦୂତ ଡିସି ମଞ୍ଜୁନାଥ ଏବଂ ଫ୍ରିସ୍କୋର ମେୟର ମାର୍କ ହିଲ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ନୂଆ ଶାଖା ଖୋଲିବା ଦ୍ୱାରା ଉତ୍ତର ଟେକ୍ସାସରେ ରହୁଥିବା ଭାରତୀୟ, ବ୍ୟବସାୟୀ ଏବଂ ବିଭିନ୍ନ କମ୍ପାନୀଙ୍କୁ ବ୍ୟାଙ୍କିଂ ସେବା ପାଇବାରେ ସୁବିଧା ହେବ। ଏହା ସହ ଆମେରିକାରେ SBIର ସେବା ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories