Sheikh Hasina Return: ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍ ହସିନା! ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ
ନୂଆଦିଲ୍ଲୀ: ଭାରତରେ ନିର୍ବାସନରେ ରହୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ଦେଶକୁ ଫେରିବା ପାଇଁ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ଚାହିଁଛନ୍ତି। ଡିସେମ୍ବରରେ ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବାକୁ ସେ ଯୋଜନା କରୁଥିବା ଜଣାପଡ଼ିଛି। ରଏଟର୍ସ ଦେଖିଥିବା ଏକ ଚିଠିରୁ ଏହି ସୂଚନା ମିଳିଛି।
୨୦୨୪ ମସିହାରେ ବାଂଲାଦେଶରେ ହୋଇଥିବା ଆନ୍ଦୋଳନ ପରେ ଶେଖ୍ ହସିନା ଦେଶ ଛାଡ଼ି ଭାରତ ଚାଲିଆସିଥିଲେ। ଆନ୍ଦୋଳନ ସମୟରେ ପ୍ରତିବାଦକାରୀଙ୍କ ଉପରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ତାଙ୍କୁ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦିଆଯାଇଛି। ତେବେ ହସିନା ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅନ୍ୟପଟେ, ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ଉପରେ ମଧ୍ୟ ବାଂଲାଦେଶରେ କଟକଣା ଜାରି ରହିଛି। ଏଭଳି ସ୍ଥିତିରେ ହସିନାଙ୍କ ଦେଶକୁ ଫେରିବା ଯୋଜନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

