Thailand Diwali Celebration: ବ୍ୟାଙ୍କକ୍ରେ ୨୭ ଦିନ ଧରି ଦୀପାବଳି ଉତ୍ସବ, ଭାରତୀୟ ସଂସ୍କୃତିରେ ଝଲସିବ ଥାଇଲାଣ୍ଡ!
ନୂଆଦିଲ୍ଲୀ: ଥାଇଲାଣ୍ଡରେ ଆରମ୍ଭ ହୋଇଛି ୨୭ ଦିନିଆ ଦୀପାବଳି ଉତ୍ସବ। ବ୍ୟାଙ୍କକ୍ରେ ‘ଅମେଜିଂ ଥାଇଲାଣ୍ଡ ଗ୍ରାଣ୍ଡ ଦୀପାବଳି ଫେଷ୍ଟିଭାଲ୍ ୨୦୨୬’ର ଉଦ୍ଘାଟନ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଅନୁତିନ ଚାର୍ଣ୍ଣଭିରାକୁଲ। ଏହି ଉତ୍ସବ ମାଧ୍ୟମରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଥିବା ପୁରୁଣା ସାଂସ୍କୃତିକ ସମ୍ପର୍କକୁ ପ୍ରଦର୍ଶନ କରାଯାଉଛି।
ଏହି ଉତ୍ସବରେ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି। କୁଚିପୁଡ଼ି ନୃତ୍ୟଠାରୁ ଆରମ୍ଭ କରି ରାମାୟଣ ସହ ଜଡ଼ିତ ସାଂସ୍କୃତିକ ପରମ୍ପରା ପର୍ଯ୍ୟନ୍ତ ଅନେକ କଳା ଓ ପରମ୍ପରା ଏଠାରେ ସ୍ଥାନ ପାଇଛି।
ଏହି ୨୭ ଦିନିଆ ଆୟୋଜନ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଥିବା ସାଂସ୍କୃତିକ ବନ୍ଧନକୁ ଆହୁରି ମଜବୁତ କରିବା ସହ ଦୁଇ ଦେଶର ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ଦେବ।

