Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Cabinet: ରାଜ୍ୟ କ୍ୟାବିନେଟ୍‌ ବୈଠକରେ’୧୦’ ବିଭାଗର ‘୧୩’ ପ୍ରସ୍ତାବକୁ ମଞ୍ଜୁରୀ,,୬୦୧ଟି ସରକାରୀ ମହାବିଦ୍ୟାଳୟରେ ମିଳିବ ମାଗଣା ୱାଇଫାଇ ସୁବିଧା

Compressed by jpeg-recompress

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଚଳିତ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ରାଜ୍ୟର ୬୦୧ଟି ସରକାରୀ ମହାବିଦ୍ୟାଳୟରେ ମାଗଣା ୱାଇଫାଇ ସୁବିଧା ସହ ପ୍ରତିଦିନ ୧ ଜିବି ଡାଟା ଯୋଗାଇ ଦିଆଯିବ। ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍‌ ଅଫିସର (PEO) ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ କରାଯାଇଛି। ସେହିପରି OCS ପରୀକ୍ଷାରେ ଦେବାକୁ ଥିବା ସର୍ବାଧିକ ପ୍ରୟାସ ସୀମା ହଟାଇ ଦିଆଯାଇଛି। ଏଣିକି ନିର୍ଦ୍ଧାରିତ ବୟସ ସୀମା ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ।

କ୍ୟାବିନେଟ୍‌ର ଅନ୍ୟ ଏକ ମୁଖ୍ୟ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ PDS ଚାଉଳ ବଣ୍ଟନ ଅବଧିକୁ ଆଉ ଏକ ବର୍ଷ ବଢ଼ାଇ ୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ କରାଯାଇଛି। ଏହି ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ ଏବଂ ବର୍ତ୍ତମାନ ସେମାନେ ମୋଟ ୧୦ କେଜି ଚାଉଳ ପାଉଛନ୍ତି। ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ବାଧ୍ୟତାମୂଳକ ହୋଇଥିବା ବେଳେ ରାଜ୍ୟର ୧୧,୭୦୬ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ବଣ୍ଟନ ବ୍ୟବସ୍ଥା ଚାଲୁ ରହିବ। ବେସରକାରୀ ଡିଲରଙ୍କ କାର୍ଯ୍ୟକାଳକୁ ମଧ୍ୟ ୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ବଢ଼ାଯାଇଛି। ଏକକାଳୀନ ଡିଲରଙ୍କୁ ହଟାଇଲେ ଚାଉଳ ବଣ୍ଟନ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହାସହ ପାର୍ବତୀଗିରି ଉଠା ଜଳସେଚନ ଯୋଜନା ଅଧୀନରେ ୭ଟି ସ୍ଥାନରେ ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଅପର ଇନ୍ଦ୍ରାବତୀ ପ୍ରକଳ୍ପରେ ୬୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ଲକ୍ଷ୍ୟ ରହିଥିବା ବେଳେ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ସେହିପରି ଓଡ଼ିଶା ବୋଭାଇନ୍‌ ବ୍ରିଡିଂ ବିଲ୍‌ ୨୦୨୬କୁ ଅନୁମୋଦନ କରାଯାଇଛି। ଏହି ବିଲ୍‌ ମାଧ୍ୟମରେ ଗାଈ ଓ ମଇଁଷି ପ୍ରଜନନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିକୁ ଗୁରୁତ୍ୱ ଦିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ