Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2027 Trade: ମୁମ୍ବାଇକୁ ଗଲେ ଅର୍ଶଦୀପ, ପଞ୍ଜାବକୁ ଫେରି ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ଖେଳାଳି ଅଦଳବଦଳ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ୍‌କୁ ଯିବାକୁ ଥିବାବେଳେ ପଞ୍ଜାବର ଷ୍ଟାର୍‌ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ଟ୍ରେଡ୍‌କୁ ନେଇ ଉଭୟ ଫ୍ରାଞ୍ଚାଇଜ୍‌ ମଧ୍ୟରେ ସହମତି ହୋଇଥିବା ଖବର ପ୍ରକାଶ ପାଇଛି।

ଏହି ଟ୍ରେଡ୍‌ ସମ୍ପର୍କରେ ଅର୍ଶଦୀପଙ୍କ ବାପା ଦର୍ଶନ ସିଂହ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତି ବିଷୟରେ ପୂର୍ବରୁ ଅର୍ଶଦୀପ କିମ୍ବା ପରିବାରକୁ କୌଣସି ସୂଚନା ନଥିଲା। ପଞ୍ଜାବ କିଙ୍ଗସ୍‌ ସହ ଅର୍ଶଦୀପଙ୍କ ଦୀର୍ଘ ସମ୍ପର୍କ ଥିବାରୁ ଦଳ ଛାଡ଼ିବା ନେଇ ପରିବାର ଭାବପ୍ରବଣ ହୋଇଥିବା ସେ କହିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବାକୁ ନେଇ ସେମାନେ ଖୁସି ଅଛନ୍ତି।

ମୁମ୍ବାଇ ଦଳରେ ଅର୍ଶଦୀପଙ୍କ ସହ ଜସପ୍ରୀତ ବୁମ୍‌ରା, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ରହିଛନ୍ତି। ଅର୍ଶଦୀପଙ୍କ ଯୋଗଦାନ ଦଳର ବୋଲିଂ ବିଭାଗକୁ ଆହୁରି ମଜବୁତ କରିପାରେ। ଅନ୍ୟପଟେ ହାର୍ଦ୍ଦିକ ପଞ୍ଜାବ କିଙ୍ଗସ୍‌ରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଖେଳିବେ ବୋଲି ରିପୋର୍ଟ ରହିଛି। ତେବେ ଏହି ଟ୍ରେଡ୍‌ ଉପରେ BCCIର ଔପଚାରିକ ଅନୁମୋଦନ ଓ ଫ୍ରାଞ୍ଚାଇଜ୍‌ର ଘୋଷଣା ଅପେକ୍ଷାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories