Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mukesh Khanna: ‘ରାମାୟଣ’ର ଫାଇଟ୍‌ ସିନ୍‌କୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଲେ ମୁକେଶ ଖାନ୍ନା, ଫିଲ୍ମରେ ସୀତାଙ୍କ ସହ ଜଡ଼ିତ ଫାଇଟ୍‌ ସିନ୍‌କୁ ନେଇ କହିଲେ- ଲଜ୍ଜା ଲାଗିବା କଥା!

ମୁମ୍ବାଇ: ‘ରାମାୟଣ’ ଫିଲ୍ମକୁ ନେଇ ଅଭିନେତା ମୁକେଶ ଖାନ୍ନା ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ପବିତ୍ର ମହାକାବ୍ୟର କାହାଣୀରେ ପରିବର୍ତ୍ତନ କରିବା ସହ ନିଜସ୍ୱ କଳ୍ପନା ଓ ଭାବନା ଯୋଡ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଫିଲ୍ମର କାହାଣୀ ମୂଳ ରାମାୟଣ ପ୍ରତି କେତେ ନିଷ୍ଠାବାନ୍ ରହିଛି, ତାହା ପରିବର୍ତ୍ତେ ପ୍ରାୟ ୪ ହଜାର କୋଟି ଟଙ୍କାର କଥିତ ବଜେଟ୍‌ ଫେରସ୍ତ ଉପରେ ନିର୍ମାତାଙ୍କ ଅଧିକ ଧ୍ୟାନ ରହିଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏକ ଭିଡିଓରେ ମୁକେଶ କହିଛନ୍ତି ଯେ ଫିଲ୍ମର ଆୟ ଓ ବଜେଟ୍‌କୁ ନେଇ ଆଲୋଚନା ହେଉଛି, କିନ୍ତୁ ରାମାୟଣର କାହାଣୀ ଠିକ୍ ଭାବେ ଦେଖାଯାଇଛି କି ନାହିଁ, ସେ ଦିଗ ଉପରେ ଆଲୋଚନା ହେଉନାହିଁ।

ବିଶେଷକରି ଫିଲ୍ମରେ ସୀତାଙ୍କ ସହ ଜଡ଼ିତ ଫାଇଟ୍‌ ସିନ୍‌କୁ ନେଇ ସେ ଆପତ୍ତି ଉଠାଇଛନ୍ତି। ମୁକେଶଙ୍କ ମତରେ, ଫିଲ୍ମରେ ସୀତାଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଯୁଦ୍ଧ କରୁଥିବା ଦେଖାଇବା ମୂଳ ବାଲ୍ମୀକି ରାମାୟଣର ବର୍ଣ୍ଣନା ସହ ମେଳ ଖାଉନାହିଁ। ସେ କହିଛନ୍ତି ଯେ ବାଲ୍ମୀକି ରାମାୟଣରେ ସୀତା ଯୁଦ୍ଧ କରିଥିବାର ଉଲ୍ଲେଖ ନାହିଁ। ତାଙ୍କ ମତରେ, ସୀତାଙ୍କ ଚରିତ୍ରରେ ଏପରି ପରିବର୍ତ୍ତନ କରିବା ମୂଳ କାହାଣୀରେ ଅନାବଶ୍ୟକ ହସ୍ତକ୍ଷେପ।

ଏହା ସହିତ ରାମାୟଣ ଓ ମହାଭାରତ ଭଳି ମହାକାବ୍ୟର କାହାଣୀରେ ନିଜସ୍ୱ କଳ୍ପନା ଯୋଡ଼ିବା କିମ୍ବା ଘଟଣାକୁ କମାଇବା-ବଢ଼ାଇବା କେତେ ଯୁକ୍ତିଯୁକ୍ତ, ସେ ନେଇ ମଧ୍ୟ ମୁକେଶ ପ୍ରଶ୍ନ କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ଫିଲ୍ମରେ ମହାକାବ୍ୟର ମୂଳ କାହାଣୀକୁ କେତେ ପରିବର୍ତ୍ତନ କରାଯାଇପାରିବ, ସେ ନେଇ ବିତର୍କ ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories