ସ୍ୱାମୀ ନିଜମାନନ୍ଦ ସରସ୍ୱତୀ ବିଦ୍ୟାପୀଠ ରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ।
କଳାହାଣ୍ଡି,୧୦/୧୧
ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ସ୍ୱାମୀ ନିଜମାନନ୍ଦ ସରସ୍ୱତୀ ବିଦ୍ୟାପୀଠ ପରିସରରେ ମଙ୍ଗଳବାର ପବିତ୍ର ଗୋବର୍ଦ୍ଧନ ପୂଜା ଅତ୍ୟନ୍ତ ଭକ୍ତିମୟ ପରିବେଶ ଓ ଉତ୍ସାହ ପାଳିତ ହୋଇଯାଇଛି। ଏହି ଅବସର ରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ଭଗବାନ ଶ୍ରୀକୃଷ୍ଣ ଏବଂ ଗିରି ଗୋବର୍ଦ୍ଧନ ପର୍ବତ ର ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ପରିସରରେ ଗୋବର୍ଦ୍ଧନ ପୂଜାର ପ୍ରତୀକ ପ୍ରସ୍ତୁତ କରାଯାଇ ବିଧିବିଧାନ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟ ର ଅଧ୍ୟକ୍ଷ,ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଗୋବର୍ଦ୍ଧନ ପୂଜା ଏବଂ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ପର୍ବତ ଧାରଣ ଏବଂ ପ୍ରକୃତି ପ୍ରତି ପ୍ରେମର ଏହି ପବିତ୍ର ପର୍ବକୁ ସମସ୍ତେ ମିଶି ଆନନ୍ଦର ସହ ପାଳନ କରିବା ସହ ଦେଶ ଓ ସମାଜର ମଙ୍ଗଳ କାମନା କରିଥିଲେ। ଛାତ୍ରଛାତ୍ରୀ ମାନେ ଶ୍ରୀକୃଷ୍ଣ ଙ୍କ ଦିବ୍ୟ ଲୀଳା ଉପରେ ଅନେକ କଥାବସ୍ତୁ ଶିଖିବା ସହ ଅନୁପ୍ରାଣିତ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାର୍ଗ ଦର୍ଶନ କରିଥିଲେ।

