Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସାଂସଦ ପ୍ରତିନିଧି ହେଲେ ପ୍ରମୋଦ କୁମାର ପ୍ରଧାନୀ।

କଳାହାଣ୍ଡି,୧୦/୧୧
କଳାହାଣ୍ଡି ଜିଲ୍ଲା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଜିଲ୍ଲାର ୧୩ଟି ବ୍ଲକ ପାଇଁ ନିଜର ସାଂସଦ ପ୍ରତିନିଧି ମଣ୍ଡଳୀ ଘୋଷଣା କରିଛନ୍ତି। ତୃଣମୂଳ ସ୍ତରରେ ସାଂସଦଙ୍କ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସମସ୍ୟା ଓ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ନିଯୁକ୍ତି ଦିଆଯାଇଛି। ଏହି କ୍ରମ ରେ କୋକସରା ବ୍ଲକ ସାଂସଦ ପ୍ରତିନିଧି ଭାବେ ପ୍ରମୋଦ କୁମାର ପ୍ରଧାନୀ ଙ୍କ ନାମ ଘୋଷଣା କରାଯାଇଛି।
ମଙ୍ଗଳବାର ଭବାନୀପାଟଣା ସ୍ଥିତ ସାଂସଦ ମାଲବିକା ଦେବୀ ଙ୍କ ବାସଭବନରେ ଏକ ସ୍ୱତନ୍ତ୍ର ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା। ନବନିଯୁକ୍ତ ସମସ୍ତ ସାଂସଦ ପ୍ରତିନିଧିଙ୍କୁ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ସାଂସଦଙ୍କ ଅନୁପସ୍ଥିତିରେ ଏହି ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବା ସହ ଲୋକଙ୍କ ସମସ୍ୟାକୁ ସାଂସଦଙ୍କ ନିକଟରେ ପହଞ୍ଚାଇବେ। ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାଂସଦଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ତୃଣମୂଳ ସ୍ତରରେ ଲୋକଙ୍କୁ ଅବଗତ କରାଇବା ସହ ଜନସେବା ରେ ସକ୍ରିୟ ଭାଗୀଦାରି ହେବାକୁ ସାଂସଦ ପରାମର୍ଶ ଦେଇଥିଲେ। କୋକସରା ବ୍ଲକ ସାଂସଦ ପ୍ରତିନିଧି ଭାବେ ବ୍ଲକ ର ବିଭିନ୍ନ ସମସ୍ୟା କୁ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବ୍ଲକ ରେ ଲୋକଙ୍କ ମୌଳିକ ସମସ୍ୟା ଓ ବିକାଶ ଦିଗରେ କାର୍ଯ୍ୟ ସମ୍ପାଦନ କରିବେ ବୋଳି ନବ ନିଯୁକ୍ତ ସାଂସଦ ପ୍ରତିନିଧି ଶ୍ରୀ ପ୍ରଧାନୀ ନିଜ ପ୍ରତିକ୍ରିୟା ରେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ