ବିଜେପି କୋକସରା ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୦/୧୧
ଭାରତୀୟ ଜନତା ପାର୍ଟି ପକ୍ଷରୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ କୋକସରା ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଙ୍କୁ ନେଇ ସାଂଗଠନିକ କାର୍ଯ୍ୟକଳାପ, ଦଳୀୟ ସମନ୍ୱୟ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ମଙ୍ଗଳବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସମ୍ପର୍କରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା,ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ମାଝୀ, ପୂର୍ବତନ ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ସମେତ ଉପସ୍ଥିତ ନେତୃବୃନ୍ଦ ସାଂଗଠନିକ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିବା ବେଳେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକାରିଣୀ ବୈଠକରେ କୋକସରା ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ,ବରିଷ୍ଠ ନେତା ଦୈତାରି ବାରିକ,ଗଣେଶ ନନ୍ଦ,ସୁଧୀର ପାତ୍ର, ଯତୀନ ମାଝୀ, ବୈଦ୍ୟନାଥ ମାଝୀ, ନରେନ୍ଦ୍ର ପ୍ରଧାନୀ,ସୁଶିଳ ପାଢ଼ୀ, ଯୁବମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି,ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି,ରଞ୍ଜିତ ପୋଢ଼,ଅରୁଣ ଗୋୟଲ, ଭୀମସେନ ଚିଲାଗୁଣ,ମହିଳା ମୋର୍ଚ୍ଚା ସଭାନେତ୍ରୀ ରୁକ୍ମଣୀ ଦାସ ସମେତ କୋକସରା ମଣ୍ଡଳ ସ୍ତରୀୟ ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

