ଆର ପାରିରେ ଆଦର୍ଶ ଶିକ୍ଷକ କମଳପୁର ର ଲକ୍ଷ୍ମଣ ପଣ୍ଡା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କମଳପୁର ଗାଁର ବରିଷ୍ଠ ତଥା ଆଦର୍ଶ ଶିକ୍ଷକ ଲକ୍ଷ୍ମଣ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଜଣେ ଆଦର୍ଶ ଶିକ୍ଷକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ବୀରମହାରାଜପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷକତା କରିଥିଲେ। ୧୯୯୩ ମସିହାରେ ପ୍ରଧାନଶିକ୍ଷକ ପଦରୁ ଅବସର ଗ୍ରହଣ କରିଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବଦାନ ଓ ସରଳ ଜୀବନଶୈଳୀ ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ପ୍ରଦୀପ ପଣ୍ଡା, ସାନପୁଅ ପପୁନ, ଝିଅ ମାଧୁରୀ, ବଡ଼ ନାତୁଣୀ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମି ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କମଳପୁର ଗାଁର ବରିଷ୍ଠ ତଥା ଆଦର୍ଶ ଶିକ୍ଷକ ଲକ୍ଷ୍ମଣ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଆଜି ତାଙ୍କର ଦେହାନ୍ତ ହୋଇଛି। ଜଣେ ଆଦର୍ଶ ଶିକ୍ଷକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।
ସେ ବୀରମହାରାଜପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷକତା କରିଥିଲେ। ୧୯୯୩ ମସିହାରେ ପ୍ରଧାନଶିକ୍ଷକ ପଦରୁ ଅବସର ଗ୍ରହଣ କରିଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବଦାନ ଓ ସରଳ ଜୀବନଶୈଳୀ ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ପ୍ରଦୀପ ପଣ୍ଡା, ସାନପୁଅ ପପୁନ, ଝିଅ ମାଧୁରୀ, ବଡ଼ ନାତୁଣୀ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମି ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

