Baghpat Firing: ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦ, ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳର ଯବାନଙ୍କ ମୁଣ୍ଡରେ ବାଜିଛି ଗୁଳି
ଉତ୍ତରପ୍ରଦେଶ: ବାଗପତରେ ଦୀପାବଳି ରାତିରେ ବାଣ ଫୁଟାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ଦଳରେ ନିୟୋଜିତ ୨୬ ବର୍ଷୀୟ ଯବାନ ସୌରଭ ତୋମରଙ୍କ ମୁଣ୍ଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେରଠର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରୁ ଗୁଳି ବାହାର କରାଯାଇଛି। ତଥାପି ଯବାନଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ବର୍ତ୍ତମାନ ICUରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଘଟଣାକୁ ନେଇ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କ ବିରୋଧରେ FIR ରୁଜୁ କରିଛି। ଉଭୟଙ୍କୁ ଧରିବା ପାଇଁ ପୋଲିସ ତଲାସି ଆରମ୍ଭ କରିଛି। ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆରମ୍ଭ ହୋଇଥିବା ବିବାଦ କିପରି ଗୁଳିକାଣ୍ଡର ରୂପ ନେଲା, ସେନେଇ ତଦନ୍ତ ଚାଲିଛି।

