Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Swachh Survekshan 2025-26: ଇନ୍ଦୋରକୁ ପଛରେ ପକାଇ ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ପ୍ରଥମ ସ୍ଥାନରେ ନଭି ମୁମ୍ବାଇ

ମୁମ୍ବାଇ: ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୫-୨୬ର ସୁପର ସ୍ୱଚ୍ଛ ଲିଗ୍ ବର୍ଗରେ ଇନ୍ଦୋରକୁ ପଛରେ ପକାଇ ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ପ୍ରଥମ ସ୍ଥାନ ହାସଲ କରିଛି ନଭି ମୁମ୍ବାଇ। ଗତବର୍ଷ ତୃତୀୟ ସ୍ଥାନରେ ଥିବା ନଭି ମୁମ୍ବାଇ ମହାନଗର ନିଗମ (NMMC) ଏଥର ଶୀର୍ଷ ସ୍ଥାନକୁ ଉଠିଛି। ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ସୁରଟ ଓ ତୃତୀୟ ସ୍ଥାନରେ ବିଜୟୱାଡ଼ା ରହିଛନ୍ତି।

ସୁପର ସ୍ୱଚ୍ଛ ଲିଗ୍ ହେଉଛି ଏକ ସ୍ୱତନ୍ତ୍ର ବର୍ଗ। ଲଗାତାର ଅନେକ ବର୍ଷ ଧରି ଦେଶର ଶ୍ରେଷ୍ଠ ତିନିଟି ସ୍ୱଚ୍ଛ ସହର ମଧ୍ୟରେ ସ୍ଥାନ ପାଉଥିବା ସହରଗୁଡ଼ିକୁ ଏହି ବର୍ଗରେ ସାମିଲ କରାଯାଏ। ନୂଆଦିଲ୍ଲୀରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭି ମୁମ୍ବାଇ ମହାନଗର ନିଗମର କମିଶନର କୈଳାସ ସିନ୍ଦେ ଓ ମେୟର ସୁଜାତା ପାଟିଲଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ସଫଳତା ପାଇଁ ମହାନଗର ନିଗମ ପକ୍ଷରୁ ସହରବାସୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଶ୍ରେୟ ଦିଆଯାଇଛି। ତେବେ ଏହି ସ୍ୱୀକୃତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ସୁଧୀର ଦାନୀ। ସହରର ପ୍ରକୃତ ସ୍ୱଚ୍ଛତା ସ୍ଥିତି ମହାନଗର ନିଗମର ଦାବି ସହ ମେଳ ଖାଉନଥିବା ସେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories