Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Crime: ଚାକିରି ଦେବାକୁ କହି ବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ, ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିବା ଯୁବକକୁ ଗିରଫ କଲା ପୋଲିସ!

ଭୁବନେଶ୍ୱର: ଭୁବନେଶ୍ୱରରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଓ ପରେ ଭିଡିଓ ଦେଖାଇ ବ୍ଲାକମେଲ୍ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଦିନେଶ କୁମାର ସେଠୀ। ସେ କ୍ୟାପିଟାଲ ଥାନା ଅଞ୍ଚଳର ଗୌତମନଗରରେ ରହୁଥିବାବେଳେ ତାଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖାରୁଣୀ ଗାଁରେ। ପୁଲିସ ତାଙ୍କ ନିକଟରୁ ମୋବାଇଲ ଫୋନ୍ ଜବତ କରିଛି।

ଅଭିଯୋଗ ଅନୁସାରେ, ମହିଳାଙ୍କ ସ୍ୱାମୀ ଓଡ଼ିଶା ବାହାରେ କାମ କରୁଥିବାରୁ ସେ ଚାକିରି ଖୋଜିବା ପାଇଁ ଭୁବନେଶ୍ୱରରେ ରହୁଥିଲେ। ଗତ ୬ ତାରିଖରେ ସ୍ନାପଚାଟ୍ ଜରିଆରେ ଦିନେଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ନିଜକୁ ଏକ ନିର୍ମାଣସ୍ଥଳର ସୁପରଭାଇଜର ବୋଲି ପରିଚୟ ଦେଇ ଦିନେଶ ତାଙ୍କୁ ଚାକିରି ଦେବାକୁ କହିଥିଲେ। ଏହି ବାହାନାରେ ମହିଳାଙ୍କୁ ଡାକି ତାଙ୍କ ଅନିଚ୍ଛା ସତ୍ତ୍ୱେ ଦୁଷ୍କର୍ମ କରିଥିବା ଏବଂ କ୍ୟାମେରାରେ ଘଟଣାର ଭିଡିଓ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପରେ ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲ୍ କରିବା ସହ ୧ ଲକ୍ଷ ଟଙ୍କା ଓ ପୁନର୍ବାର ଦେଖା କରିବାକୁ ଦାବି କରିଥିଲେ।

ଏପରିକି ମହିଳାଙ୍କ ସ୍ୱାମୀଙ୍କ ମୋବାଇଲକୁ ମଧ୍ୟ ଅଭିଯୁକ୍ତ ଆପତ୍ତିଜନକ ଫଟୋ ପଠାଇଥିବା ଏବଂ ସୋସିଆଲ ମିଡିଆରେ ଭାଇରାଲ୍ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିବା ପରେ ତାଙ୍କ ମୋବାଇଲ ଯାଞ୍ଚରୁ ମହିଳାଙ୍କ ଫଟୋ ଓ ଭିଡିଓ ମିଳିଥିବା ପୁଲିସ କହିଛି। ତାଙ୍କ ନାମରେ ପୂର୍ବରୁ ଖାରବେଳନଗର ଥାନାରେ ମଧ୍ୟ ଏକ ମାମଲା ଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories