Darbhanga Robbery Case: ୬୨ କେଜି ରୁପା ଲୁଟ୍ ମାମଲାରେ ବିଜେପିର ପୂର୍ବତନ ନଗର ମହାମନ୍ତ୍ରୀ ଗିରଫ, ଦଳରୁ ନିଲମ୍ବିତ
ବିହାର: ବିହାରର ଦରଭଙ୍ଗାରେ ୬୨ କେଜି ରୁପା ଲୁଟ୍ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଶାଳ ମହାସେଠ ଓରଫ ବିକି ମଧ୍ୟ ଅଛନ୍ତି। ସେ ଦରଭଙ୍ଗା ବିଜେପିର ଜଣେ ସକ୍ରିୟ କର୍ମୀ ଥିବା ସହ ପୂର୍ବରୁ ଦଳର ନଗର ମହାମନ୍ତ୍ରୀ ଦାୟିତ୍ୱରେ ଥିଲେ।
ବିଶାଳଙ୍କର ବିଜେପି ନେତାଙ୍କ ସହ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ଉପରେ ବିଜେପିର ବିହାର ରାଜ୍ୟ ସଭାପତି ସଞ୍ଜୟ ସରାୱଗୀ କହିଛନ୍ତି ଯେ, ଅପରାଧରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ଛଡ଼ାଯିବ ନାହିଁ।
ଅନ୍ୟପକ୍ଷରେ, ଦରଭଙ୍ଗା ବିଜେପି ଜିଲ୍ଲା ସଭାପତି ବିଶାଳ ମହାସେଠଙ୍କୁ ତୁରନ୍ତ ପ୍ରଭାବରୁ ଦଳରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ପରେ ରୁପା ଲୁଟ୍ ମାମଲା ସହ ଅଭିଯୁକ୍ତଙ୍କ ରାଜନୈତିକ ସମ୍ପର୍କକୁ ନେଇ ବିହାରରେ ଚର୍ଚ୍ଚା ଜୋର ଧରିଛି।

