Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National Sports Awards: ରାଷ୍ଟ୍ରପତି ଭବନରେ ଖେଳାଳିଙ୍କୁ ସମ୍ମାନିତ କଲେ ଦ୍ରୌପଦୀ ମୁର୍ମୁ, ଚଳିତ ବର୍ଷ ଖାଲି ରହିଲା ଖେଳ ରତ୍ନ ପୁରସ୍କାର!

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଆୟୋଜିତ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହରେ ଦେଶର ପ୍ରତିଭାବାନ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମାରୋହରେ ଡେକାଥଲନ୍‌ ଖେଳାଳି ତେଜସ୍ୱିନ ଶଙ୍କର ଏବଂ ଚେସ୍‌ ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ଓ ବିଦିତ ଗୁଜରାଠୀଙ୍କ ସମେତ ଅନେକ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି।

ତେବେ ଚଳିତ ବର୍ଷ କୌଣସି ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ’ ପୁରସ୍କାର ପାଇଁ ଚୟନ କରାଯାଇନାହିଁ। ଫଳରେ ଏଥର ଏହି ସମ୍ମାନ ଖାଲି ରହିଛି। ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି।

ଏହି ପୁରସ୍କାର ସମାରୋହରେ ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ଖେଳ ରତ୍ନ ପାଇଁ କାହାରି ନାମ ଚୟନ ନହେବା ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହର ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories