Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Shreyas Iyer: ହେନରୀଙ୍କ ବୋଲିଂକୁ ପ୍ରଶଂସା କଲେ ଶ୍ରେୟସ ଆୟର, ପରାଜୟ ପରେ ପିଚ୍‌କୁ ନେଇ ରଖିଲେ ମତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ପରାଜୟ ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ନିରାଶା ପ୍ରକାଶ କରିଛନ୍ତି। ମ୍ୟାଚ୍‌ ପରେ ସେ ନ୍ୟୁଜିଲାଣ୍ଡର ବୋଲର ମ୍ୟାଟ୍‌ ହେନରୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଭାରତର ପରାଜୟ ପାଇଁ ତାଙ୍କ ଘାତକ ବୋଲିଂକୁ ପ୍ରସଂଶା କରିଛନ୍ତି ।

ଆୟର କହିଛନ୍ତି, ଉଭୟ ଇନିଂସ୍‌ ମଧ୍ୟରେ ପିଚ୍‌ରେ ବହୁତ ପାର୍ଥକ୍ୟ ଥିଲା। ପ୍ରଥମ ଇନିଂସ୍‌ରେ ଆମେ ସବୁ ପ୍ରକାର ଚେଷ୍ଟା କରିଥିଲୁ ଏବଂ ପିଚ୍‌ ବ୍ୟାଟିଂ ପାଇଁ ଭଲ ଥିବା ଭଳି ଲାଗୁଥିଲା। ଏହା ସହ ଆମ ଦଳର କିଛି କ୍ୟାଚ୍‌ ମଧ୍ୟ ହାତଛଡ଼ା ହୋଇଥିଲା। ତେବେ ଖେଳରେ ଏସବୁ ହୋଇଥାଏ ବୋଲି ସେ କହିଛନ୍ତି।

ବିରତି ସମୟରେ ଭାରତୀୟ ଦଳ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିପାରିବ ବୋଲି ଭାବିଥିଲା। କିନ୍ତୁ ଦ୍ୱିତୀୟ ଇନିଂସ୍‌ରେ ମ୍ୟାଟ୍‌ ହେନରୀଙ୍କ ବୋଲିଂ ଭାରତୀୟ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ତାଙ୍କର ଚମତ୍କାର ବୋଲିଂ ଯୋଗୁଁ ଭାରତ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ବୋଲି ଆୟର ସ୍ୱୀକାର କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories