Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନଜାତୀୟ ଗୌରବ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ

kalahandi,13/11
କଳାହାଣ୍ଡି : କେନ୍ଦ୍ର ଜନଜାତି ମନ୍ତ୍ରାଳୟ ଏବଂ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କ ମାର୍ଗଦର୍ଶନ କ୍ରମେ ଚଳିତ ମାସ ନଭେମ୍ବର ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ ହେଉଥିବା ‘ଜନଜାତୀୟ ଗୌରବ ଦିବସ’ ଅବସରରେ କଳାହାଣ୍ଡି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣା ସର୍କିଟ୍ ହାଉସ୍‌ଠାରେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ତ୍ରିନାଥ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଏବଂ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିଚାରଣ କରାଯାଇଥିଲା। ସୂଚନା ମୁତାବକ, ଆସନ୍ତା ୧୫ ତାରିଖ ଦିନ ଧର୍ମଗଡ଼ଠାରୁ ଏହାର ଶୁଭାରମ୍ଭ କରାଯିବ ଏବଂ ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ ପାଳନ କରାଯିବ।
ଏହି ସମ୍ମିଳନୀରେ ଜନଜାତି ସମ୍ପ୍ରଦାୟର ଗୌରବମୟ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ବୀର ନାୟକମାନଙ୍କର ଅତୁଳନୀୟ ତ୍ୟାଗ ଓ ଅବଦାନକୁ ସ୍ମରଣ କରାଯାଇଥିଲା। ଏଥିସହିତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନଜାତି କଲ୍ୟାଣକାରୀ ଯୋଜନାଗୁଡ଼ିକୁ କିପରି ତୃଣମୂଳ ସ୍ତରରେ ପ୍ରତ୍ୟେକ ଜନଜାତି ପରିବାର ନିକଟରେ ପହଞ୍ଚାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିସି (SDC) ଚେୟାରମ୍ୟାନ୍ ଶ୍ରୀ ବିଜୟ ଦିଶାରୀ, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ଶ୍ରୀ ରମେଶ ମାଝୀ, ସାଧାରଣ ସମ୍ପାଦକ ମନୋଜ ପାତ୍ର, ସମ୍ପାଦକ ଜୟପତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଭୋଇ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶୀ, ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ଖଗେଶ୍ୱର ଦିଶାରୀ ଓ ସରୋଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଜିଲ୍ଲା ମୋର୍ଚ୍ଚାର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories