Balasore Fire Accident: କାଳୀପୂଜା ମେଳାରେ ବଡ଼ ଅଗ୍ନିକାଣ୍ଡ, ୧୦ରୁ ଅଧିକ ଦୋକାନ ଜଳି ପୋଡି ପାଉଁଶ ; ଲକ୍ଷାଧିକ ଟଙ୍କାର କ୍ଷତି
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖଳାବଡ଼ିଆ ଗ୍ରାମର ଭୋଗରାଇ ଲକ୍ ନିକଟରେ ଚାଲିଥିବା କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଅସ୍ଥାୟୀ ଦୋକାନରୁ ନିଆଁ ଲାଗି ଦେଖୁ ଦେଖୁ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଯାଇଛି। ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି।
ନିଆଁ ଦ୍ରୁତଗତିରେ ବ୍ୟାପିବା ଦେଖି ମେଳା ପରିସରରେ ଆତଙ୍କ ଖେଳିଯାଇଥିଲା। ଦୋକାନୀମାନେ ନିଜ ନିଜ ସାମଗ୍ରୀ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅନେକ ଜିନିଷ ରକ୍ଷା କରିପାରିନଥିଲେ। ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୧୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଥିଲା।
ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ମୋଟ କ୍ଷୟକ୍ଷତିର ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।ଜିଲ୍ଲା ଭୋଗରାଇ ବ୍ଲକ ଖଳାବଡ଼ିଆ ଗ୍ରାମର ଭୋଗରାଇ ଲକ୍ ନିକଟରେ ଚାଲିଥିବା କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଅସ୍ଥାୟୀ ଦୋକାନରୁ ନିଆଁ ଲାଗି ଦେଖୁ ଦେଖୁ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଦୋକାନ ଜଳି ପାଉଁଶ ହୋଇଯାଇଛି। ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି।
ନିଆଁ ଦ୍ରୁତଗତିରେ ବ୍ୟାପିବା ଦେଖି ମେଳା ପରିସରରେ ଆତଙ୍କ ଖେଳିଯାଇଥିଲା। ଦୋକାନୀମାନେ ନିଜ ନିଜ ସାମଗ୍ରୀ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅନେକ ଜିନିଷ ରକ୍ଷା କରିପାରିନଥିଲେ। ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୧୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଥିଲା।
ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ମୋଟ କ୍ଷୟକ୍ଷତିର ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

