NCP Merger: ଅଜିତ ପାୱାରଙ୍କ ମୃତ୍ୟୁ ପରେ ଦୁଇ ଏନ୍ସିପି ଗୋଷ୍ଠୀର ମିଶ୍ରଣ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲେ ସୁପ୍ରିୟା ସୁଲେ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏନ୍ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସ୍ପଷ୍ଟ ମତ ରଖିଛନ୍ତି ସାଂସଦ ସୁପ୍ରିୟା ସୁଲେ। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅଜିତ ପାୱାର ଜୀବିତ ଥିବା ସମୟରେ ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ହୋଇଥିଲା ଏବଂ ଏଥିପାଇଁ ଏକ ତାରିଖ ମଧ୍ୟ ସ୍ଥିର ହୋଇଥିଲା।
ତେବେ ଅଜିତ ପାୱାରଙ୍କ ଦେହାନ୍ତ ପରେ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିଥିବା ସେ କହିଛନ୍ତି। ତାଙ୍କ ମତରେ, ଭାଇଙ୍କ ମୃତ୍ୟୁ ପରେ ଦୁଇ ଗୋଷ୍ଠୀର ମିଶ୍ରଣ ପ୍ରସଙ୍ଗ ତାଙ୍କ ପାଇଁ ଶେଷ ହୋଇଯାଇଛି।
ଏହି ପ୍ରସଙ୍ଗରେ ଆଗକୁ କୌଣସି ପ୍ରଶ୍ନ ପଚରାଗଲେ ମଧ୍ୟ ସେ ଉତ୍ତର ଦେବେ ନାହିଁ ବୋଲି ସୁପ୍ରିୟା ସୁଲେ ସ୍ପଷ୍ଟ କରିଛନ୍ତି।

