Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CBI Raid: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ପାରାଦୀପ ବନ୍ଦର ଅଧିକାରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ

ପାରାଦୀପ: ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ୍‌ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶନିବାର ଏକକାଳୀନ ୪ଟି ସ୍ଥାନରେ ଏହି ଯାଞ୍ଚ ଆରମ୍ଭ ହୋଇଛି।

ପାରାଦୀପ, ଭୁବନେଶ୍ୱର, କୁଜଙ୍ଗ ଓ ଏରସମାରେ CBI ଟିମ୍‌ ଯାଞ୍ଚ କରୁଛି। ପାରାଦୀପରେ ଥିବା ତାଙ୍କ ସରକାରୀ କ୍ୱାର୍ଟର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଘରେ ମଧ୍ୟ ଚଢ଼ାଉ ହୋଇଛି। ଏଥିସହ କୁଜଙ୍ଗ ଓ ଏରସମା ତହସିଲ ଅଞ୍ଚଳରେ ଥିବା ସମ୍ପତ୍ତିର ଯାଞ୍ଚ କରାଯାଉଛି।

ଏହି ଅଭିଯୋଗ ନେଇ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିବା କନକ ନ୍ୟୁଜ୍‌ ରିପୋର୍ଟରେ କୁହାଯାଇଛି। ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories