ବିଜେଡି କୋକସରା ବ୍ଲକ ଯୁବ ସଭାପତି ହେମନ୍ତ ମାଝୀ ଓ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଛାତ୍ର ଜନତା ଦଳ ଉପ ସଭାପତି ମୁକ୍ତେଶ୍ଵର ନାଗ ମନୋନୀତ।
କଳାହାଣ୍ଡି,୧୬/୧୧
ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଶନିବାର କଳାହାଣ୍ଡି ଜିଲ୍ଲା ପାଇଁ ବିଜେଡି ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ଶଙ୍ଖ ଭବନ ରୁ ରାଜ୍ୟ ବିଜେଡି ସଂଗଠନ ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ,ଏନଏସି ପାଇଁ ଯୁବ ସଂଗଠନ କୁ କ୍ରିୟାଶୀଳ କରିବାକୁ ଯୁବ ସଭାପତି ସମେତ ଛାତ୍ର ଜନତା ଦଳ କର୍ମକର୍ତ୍ତା ଙ୍କ ନାଁ ଘୋଷଣା କରିଛନ୍ତି। ଏହି କ୍ରମ ରେ କୋକସରା ବ୍ଲକ ପାଇଁ ପୁଣିଥରେ ଯୁବନେତା ହେମନ୍ତ ମାଝୀ ଙ୍କୁ ଯୁବଗୋଷ୍ଠୀ ଙ୍କୁ ଦଳୀୟ ସଂଗଠନ କୁ ସୁଦୃଢ଼ କରିବା ପାଇଁ ଯୁବ ସଭାପତି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି।ପୂର୍ବରୁ ମଧ୍ୟ ଶ୍ରୀ ମାଝୀ ଯୁବ ସଭାପତି କାର୍ଯ୍ୟ ସମ୍ପାଦନ କରି ଦଳୀୟ ନେତୃତ୍ୱ କୁ ମଜବୁତ କରିବାରେ ନିଜର ପରାକାଷ୍ଠା ପ୍ରତିପାଦନ କରିଛନ୍ତି। ଶ୍ରୀ ମାଝୀ ବର୍ତ୍ତମାନ ବିଜେଡି ଦଳ ରୁ କୋକସରା ବ୍ଲକ ଆମପାଣି ଯୋନ ଜିଲ୍ଲା ପରିଷଦ ରହିଛନ୍ତି। ସେହିପରି ଛାତ୍ର ଜନତା ଦଳ ଧର୍ମଗଡ଼ ବିଧାନସଭା ପାଇଁ ମୁକ୍ତେଶ୍ଵର ନାଗ ଉପ ସଭାପତି ଭାବେ ମନୋନୀତ ହୋଇଛନ୍ତି।ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶା ରେ ପୁଣିଥରେ ବିଜେଡି ଦଳ ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ରାଜନୀତି ପଟ୍ଟ ପରିବର୍ତ୍ତନ କରି ନେତୃତ୍ବ ନେବ ଓ ତାଙ୍କୁ ଦଳ ପକ୍ଷରୁ ଆସ୍ଥା ପ୍ରକଟ କରି ଦାୟିତ୍ବ ଦିଆଯାଇଛି ସେଥିପାଇଁ ରାଜ୍ୟ ଓ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ ନେତୃବୃନ୍ଦ ଙ୍କୁ ଦୁଇ ଯୁବନେତା କୃତଜ୍ଞତା ଜଣାଇଛନ୍ତି।

