Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡୁରୁଚୁଆଁରେ ବଡ଼ ଧୂମଧାମରେ ତିନିଦିନିଆ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁର ଜୟ ବଜରଙ୍ଗବଲୀ ଛକଠାରେ ନବନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତଥା ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜୟ ବଜରଙ୍ଗବଲୀ ମନ୍ଦିର କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ପବିତ୍ର ଉତ୍ସବ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତଥା ନଭେମ୍ବର ୨୨ ତାରିଖ ରବିବାରଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ବର ୨୪ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ଦିନ ନଭେମ୍ବର ୨୨ ତାରିଖ ରବିବାର ଗୋଧୂଳୀ ଲଗ୍ନରେ ଭବ୍ୟ କଳସ ଯାତ୍ରା ଏବଂ ନାମଯଜ୍ଞ ଅଧିବାସ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନ ନଭେମ୍ବର ୨୩ ତାରିଖ ସୋମବାର ସକାଳ ୬ଟାରେ ସୂର୍ଯ୍ୟ ପୂଜା, ଗୋ ପୂଜା ଓ ଗୁରୁ ପୂଜା, ଦିବା ୯ଟାରେ ନାମଯଜ୍ଞ ଆରମ୍ଭ, ଦିବା ୧୦ଟାରେ ପ୍ରତିଷ୍ଠା ପୂଜା କର୍ମାଦି ସମ୍ପନ୍ନ ହେବା ସହ ଅପରାହ୍ନ ୪ଟାରେ ଝାରସୁଗୁଡ଼ାର ଡଲି ସା ଓ ସୋନପୁରର ବର୍ଷା ବେହେରାଙ୍କ ଦ୍ୱାରା ଚୌକୀ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଅନ୍ତିମ ଦିନ ନଭେମ୍ବର ୨୪ ତାରିଖ ଆଜି ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିରରେ ଧ୍ୱଜାରୋହଣ, ବିଗ୍ରହ ପ୍ରତିଷ୍ଠା, ସିନ୍ଦୂରାଭିଷେକ ଓ ନାମଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଓ କର୍ତ୍ତୀ ଭାବରେ ଦୀପନ କୁମାର ପଟେଲ ଓ ମହେଶ୍ୱରୀ ପଟେଲ, ଦୁଷ୍ମନ୍ତ ନାଏକ ଓ ତନୁଜା ନାଏକ, ଅର୍ଜୁନ ଡନସନା ଓ ଲିଲିମା ଡନସନା, ଧୀନି ମେହେର ଓ ଶୈଳବାଳା ମେହେର, ସନ୍ତୋଷ କୁମାର ପଟେଲ ଓ ସୁଷମା ପଟେଲ, ସୁଦୀପ୍ତ କୁମାର ପଟେଲ ଓ ତିଳୋତ୍ତମା ନାଏକ, ରଜତ କୁମାର ପଟେଲ ଓ ତପସ୍ୱିନୀ ଚୌଧରୀ, ରାକେଶ ପଟେଲ ଓ ସାଗତିକା ପଟେଲ, ମନୋଜ ମାଝୀ ଓ ଡୁଲେଶ୍ୱରୀ ମାଝୀ, ଅମୃତ ପଧାନ ଓ ଅନୀତା ପଧାନ, ପ୍ରକାଶ ଭୋଇ ଓ ଡଲି ଭୋଇ, ସୁଦୀପ ଦେବ ଓ ରଶ୍ମିତା ଦେବ, ଚନ୍ଦ୍ରମଣି ସାହୁ ଓ ସବିତା ସାହୁ, ମଳୟ ସାହୁ ଓ ଗୌରୀ ସାହୁ, ଶେଷଦେବ ସାହୁ ଓ ମିନାକ୍ଷୀ ସାହୁ, ବସୁଦେବ ପ୍ରଧାନ ଓ ସବିତା ପ୍ରଧାନ, ଉପେନ୍ଦ୍ର କୁମୁରା ଓ କୁମୋଦିନୀ କୁମୂରା, ଓଁକାର ପଟେଲ ଓ ପିଙ୍କି ପଟେଲ, କ୍ଷୀରସାଗର କୁଅଁର ଓ ରଙ୍ଗଲତା କୁଅଁର, ସୁଦୀପ୍ତ କୁମାର ପଟେଲ ଓ ଝରଣା ପଟେଲ ଏବଂ ସମୀର ପଟେଲ ଓ ମମତା ପଟେଲ ପ୍ରମୁଖ ଦମ୍ପତି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮ ଜଣ ପଣ୍ଡିତ ବ୍ରାହ୍ମଣ ସମସ୍ତ ଯଜ୍ଞ କର୍ମ ଓ ପୂଜାର୍ଚ୍ଚନା ବିଧି ସମ୍ପନ୍ନ କରିଥିବା ବେଳେ ପ୍ରାୟ ୧୦ରୁ ୧୨ ଜଣ ପ୍ରବଚକ ସନ୍ଥ ଯୋଗଦେଇ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ। ତିନିଦିନ ବ୍ୟାପି ପ୍ରାୟ ୧୮ ଟି ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ଦିବା ୧ଟାରେ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ଏବଂ ଅପରାହ୍ନ ୫ଟାରେ ସମ୍ବଲପୁର ଜିଲ୍ଲା ବୁର୍ଲା ନୂଆଁପାଲି କଳାକାରଙ୍କ ଦ୍ୱାରା ରଙ୍ଗୀନ କୃଷ୍ଣଗୁରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁଣ୍ଡୁରୁଚୁଆଁ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିବା ଜୟ ବଜରଙ୍ଗବଲୀ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories