ସମ୍ବିଧାନ ଦିବସ ବୀରମହାରାଜପୁର ମହାବିଦ୍ୟାଳୟ ରେ ପାଳିତ
ବୀରମହାରାଜପୁର : ସମ୍ବିଧାନ ବିନା ଦେଶ ସଠିକ ଭାବରେ ଚାଲିପାରିବ ନାହିଁ I ଆମର ସମ୍ବିଧାନ ହେଉଛି ଦେଶର ଆତ୍ମା ସଦୃଶ I ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ବୀରମହାରାଜପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ସମ୍ବିଧାନ ଦିବସରେ ମତପ୍ରକାଶ ପାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭାଗ ମୁଖ୍ୟ ଶିବ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ I ଅଧ୍ୟାପକ ନରେନ୍ଦ୍ର ଝା ସଭା ସଂଯୋଜନା, ଧନ୍ୟବାଦ ଅର୍ପଣ କରିବା ସହିତ ବିଷୟ ଭିତ୍ତିକ ଆଲୋଚନା ମଧ୍ୟ କରିଥିଲେ I, ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଲକ୍ଷ୍ମୀପ୍ରିୟା ଜଗଦଲା, ଭାରତୀ ପଧାନ, ରାଧାରାଣୀ ହୋତା, ଛମନ ପଧାନ, ଲିଜ଼ା ମେହେର, ଆନନ୍ଦିତା କଲତା, ପୁର୍ଣିମା ନାଏକ, ଆକାଶ ରଣା,ପ୍ରିୟଙ୍କା ଖଣ୍ଡଗିରି, ବିମଲ କୁମାର କୁମ୍ଭାର,ଆଲୋକ ଭୋଇ, ଇତିଶ୍ରୀ ପଧାନ,ପ୍ରତୀକ୍ଷା ପଧାନ, ସତ୍ୟପ୍ରିୟ ବାରିକ ଜୀନାରାଣୀ ମେହେର, ଲିପି ବାଦୀ, ଗୌରୀ ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

