Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ଉତ୍ତରପ୍ରଦେଶ ବିପକ୍ଷରେ ବଲାଙ୍ଗିରର ସିଦ୍ଧେଶ୍ୱର ବାଗଙ୍କ ଦମଦାର ଶତକ, ପ୍ରଥମ ଦିନରେ ଓଡ଼ିଶା ୩୦୦/୬ ରନ୍ ସଂଗ୍ରହ ।

ବଲାଙ୍ଗିର,୨୭।୧୧: ବିସିସିଆଇ (BCCI) ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ୍ (U-16) ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବଲାଙ୍ଗିରର ଯୁବ ପ୍ରତିଭା ସିଦ୍ଧେଶ୍ୱର ବାଗ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅପରାଜିତ ଶତକ ହାସଲ କରିଛନ୍ତି। ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସିଦ୍ଧେଶ୍ୱରଙ୍କ ଏହି ଶତକୀୟ ଇନିଂସ ବଳରେ ଓଡ଼ିଶା ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ମଜଭୁତ ସ୍ଥିତିରେ ପହଞ୍ଚିଛି।
ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ଦଳ ୮୬ ଓଭର ଖେଳି ୬ଟି ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଛି। ଦଳର ଏହି ବଡ଼ ସ୍କୋର ପଛରେ ସିଦ୍ଧେଶ୍ୱର ବାଗଙ୍କ ଧୈର୍ଯ୍ୟପୂର୍ଣ୍ଣ ଓ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ ୧୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ଟି ଚୌକା ଏବଂ ୪ଟି ଛକା ସହାୟତାରେ ଅପରାଜିତ ୧୦୯ ରନ୍ କରିଛନ୍ତି।
ସିଦ୍ଧେଶ୍ୱରଙ୍କୁ ଭରପୂର ସହଯୋଗ ଦେଇ ଅନ୍ୟତମ ବ୍ୟାଟର୍ ଅଂଶୁଲ ବାରିକ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ସେ ୧୦୮ ରନ୍‌ରେ ଅପରାଜିତ ରହି ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ିଛନ୍ତି।
ବଲାଙ୍ଗିର ମାଟିର କ୍ରୀଡ଼ା ପ୍ରତିଭା ସିଦ୍ଧେଶ୍ୱର ବାଗଙ୍କ ଏହି ସଫଳତା ଜିଲ୍ଲା ତଥା ରାଜ୍ୟ କ୍ରିକେଟ୍ ମହଲରେ ଉତ୍ସାହ ସୃଷ୍ଟି କରିଛି। ଆଗାମୀ ଦିନରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ସଫଳତା ହାସଲ କରିବେ ବୋଲି କ୍ରୀଡ଼ାପ୍ରେମୀ ଓ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories