ବରିଷ୍ଠ ନାଗରିକ ସଂଗଠନ ର ବାର୍ଷିକ ଉତ୍ସବ ପାଳନ ପାଇଁ ସଂଘ କାର୍ଯ୍ୟାଳୟ ରେ ପ୍ରସ୍ତୁତି ବୈଠକ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ସଂଗଠନର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ସଭାପତାତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ କୁମାର ରଥ, ଭଗବାନ ମିଶ୍ର, କୃଷ୍ଣଚନ୍ଦ୍ର ପାଢ଼ୀ, ସଂପାଦକ ଡ. ଦ୍ବିତୀକୃଷ୍ଣ ପଣ୍ଡା, କୋଷାଧ୍ୟକ୍ଷ ଅକ୍ଷୟ ମିଶ୍ର, ସଦସ୍ୟ ବାସୁଦେବ ପଣ୍ଡା, ଉପଦେଷ୍ଟା ସୌମିତ୍ରି ମେହେର, କୃଷ୍ଣ ଚନ୍ଦ୍ର ମଲ୍ଲିକ, ବଳରାମ କାଣ୍ଡ, ଶ୍ୟାମସୁନ୍ଦର ସେଠି, ଜ୍ଞାନେନ୍ଦ୍ର ତ୍ରିପାଠୀ, ଚମରା ମହାକୁର, ସନ୍ତୋଷ ଷଡ଼ଙ୍ଗୀ, ତ୍ରିନାଥ ମିଶ୍ର,ପଦ୍ମନାଭ ଦାଶ୍ ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ଆଗାମୀ ଜାନୁଆରୀ ମାସରେ ବାର୍ଷିକ ଉତ୍ସବ ପାଳନ ସହିତ ସଂସଦର ସ୍ମରଣିକା ‘ନନ୍ଦିଘୋଷ’ ର ପ୍ରକାଶ, ବାର୍ଷିକ ଆୟ ବ୍ୟୟ, ଅଫିସ ପରିଚାଳନା, ବିଭିନ୍ନ ଜାତୀୟ ଦିବସ ପାଳନ, ବଣଭୋଜି ଓ ଅନ୍ୟାନ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଶେଷରେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

