Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ରେ ପାଏନ ଟିକେ ଲାଗି କେତେ ଗୁଲଗୁଲା, ଟ୍ୟାଙ୍କର ହିଁ ଭରସା

ଚିପିଲିମା,୧୨/୫ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଚିପିଲିମା ରେ ପାଣି ବୁନ୍ଦାଏ ପାଇଁ ଲୋକେ କେତେ ଗୁଲୁଗୁଲା ହେଉଥିବାବେଳେ, କର୍ଡୋଲା ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କରେ ପଡାକୁ ପଡା ଗଳିକନ୍ଦି ପାଣି ଦିଆଯାଉଥିବାବେଳେ,ଟ୍ୟାଙ୍କର ହିଁ ଭରସା ସାଜିଛି।ହେଲେ ତାହା ଲୋକମାନଙ୍କ ପାଇଁ ସମୁଦ୍ର କେ ସଂକ୍ଷେ ବୋଲି ଅଭିଯୋଗ ହେଉଛି।ମହାନଦୀ କୂଳରେ ଅବସ୍ଥିତ ଚିପିଲିମରୋ ରହିଛି ୨୪ମେଗାଓ୍ବାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ଜଳବିଦ୍ୟୁତ ପ୍ରକଳ୍ପ।ଜଳବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ନିଜ କ୍ବାଟରକୁ କେବଳ ଜଳ ଯୋଗାଣ ହୋଇଥାଏ।ସାଧାରଣ ଲୋକଙ୍କୁ ନାହିଁ।ଏଠାରେ ନଳକୂପ ଅନେକ ଥିଲେ ବି କୌଣସି ଟି ପାନୀୟ ଉପଯୋଗି ନୁହେଁ।ଚିପିଲିମା ନାଁରେ ନିକଟସ୍ଥ ରେଙ୍ଗାଲିପାଲିରେ ପାନୀୟ ପ୍ରକଳ୍ପ ରହିଛି।ହେଲେ ଚିପିଲିମା କୁ ପାଣି ପହଞ୍ଚିପାରୁନାହିଁ।ଏଠାରେ ବିଭାଗିୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଏହା ଫଳପ୍ରଦ ହୋଇପାରି ନଥିବାବେଳେ,ଓଭରଟ୍ୟାଙ୍କ ମାଧ୍ୟମରେ ଜଳଯୋଗାଣ କରି ସ୍ଥାୟୀ ସମାଧାନ ପାଇଁ ଦାବିି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories