Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଘନ ଘନ ହେଉଛି ବିଦ୍ୟୁତ କାଟ୍; ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତିକୁ ପୁଣି ବିଦ୍ୟୁତ୍ କାଟ ଲୋକଙ୍କୁ ନାକେଦମ କରିସାରିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କାଟ ହେଉଛି। ରାଜଧାନୀରେ ମଧ୍ୟ ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଦେଇଛି।

ଏପରି ସ୍ଥିତିରେ ବିଜୁଳି ସମସ୍ୟା ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟର ୪ ବିଦ୍ୟୁତ୍ ବିତରଣ କମ୍ପାନୀ ସିଇଓ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ଆଜି ବୈଠକରେ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସାରା ରାଜ୍ୟର ନଜର ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ