ସକାଳ ୫.୩୦ ସୁଦ୍ଧା ୩୦ ଡିଗ୍ରୀ ଛୁଇଁଲାଣି ରାଜଧାନୀ ତାପମାତ୍ରା


ଭୁବନେଶ୍ବର: ଆଜିଠୁ ଆହୁରି ବଢିବ ତାତି । ସକାଳୁ ସକାଳୁ ଅସହ୍ୟ ଗରମ ଗରମକୁ ଗୁଳୁଗଳି ଅନୁଭବ କରୁଛନ୍ତ ଲୋକେ। ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ପାରଦ ୩୦ ଡିଗ୍ରୀ ଛୁଇଁଛି। ଆର୍ଦ୍ରତା ୮୮ ପ୍ରତିଶତ ରହିଛି। ଯାହା ଫଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ରାଜ୍ୟବାସୀ। ତେବେ ଆହୁରି ଦୁଇ ଦିନ ଯାଏଁ ରାଜ୍ୟରେ ଏଭଳି ପରିସ୍ଥିତି ଜାରି ରହିବ ବୋଳି ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।

କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା। ଆସନ୍ତା ୧୯ ତାରିଖ ଯାଏଁ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଏଭଳି ତାତି ଅନୁଭୂତ ହୋବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।