Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ ଦୁର୍ଘଟଣା; ସିବିଆଇ ହାତରେ ଲାଗିଛି ପ୍ରମାଣ, ଜଣାପଡିଲା ଦୁର୍ଘଟଣାର କାରଣ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା। ଏହି ଛାତିଥରା ଟ୍ରେନ୍‌ ଦୁର୍ଘଟଣାର ଚାଲିଛି ଜୋରଦାର ସିବିଆଇ ତଦନ୍ତ। ସଳଚନା ଅନୁଯାୟୀ ସିବିଆଇକୁ ମିଳିଛି ବଡ ସଫଳତା। ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସିବିଆଇ ଟିମ ୩ ଜଣ ରେଳ କର୍ମଚାରୀଙ୍କୁ ଜେରା କରୁଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଓ ଅନ୍ୟ ଜଣେ ରେଳ କର୍ମଚାରୀ ଥିବା ଜଣାପଡିଛି ।

ଜୁନ୍ ୨ ତାରିଖରେ ଘଟିଥିବା ଲୋମହର୍ଷଣକାରୀ ଦୁର୍ଘଟଣା କେମିତି ଓ କାହିଁକି ହୋଇଥିଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ସୂଚନା ଅନୁଯାୟୀ ଜୁନ୍‌ ୨ ତାରିଖ ଦିନ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଏହି ତୃଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ଏହାପରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିଗନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ ।

ପରେ ସିଗନାଲିଂ ବ୍ୟବସ୍ଥା ସଠିକ୍ ଭାବେ କାମ କରୁଛି କି ନାହିଁ ସେ ନେଇ ଆଉ ଯାଞ୍ଚ କରିନଥିଲେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର । ଯେଉଁଥିପାଇଁ ଏତେ ବଡ଼ ଓ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହି ସୂଚନା ସିବିଆଇକୁ ମିଳିଥିବା ପ୍ରମାଣରୁ ଜାଣିବାକୁ ମିଳିଛି। ଏହି ତ୍ରୁଟି କାରଣରୁ କରମଣ୍ଡଳ ଟ୍ରେନ୍ ମେନ ଲାଇନରେ ନଯାଇ ଲୁପ ଲାଇନକୁ ପଳାଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ