Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମ କାଳୀନ କ୍ରିକେଟ୍ ତାଲିମ ଶିବିର ଉଦଘାଟିତ

ସମ୍ବଲପୁର :ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ କାଳୀନ କ୍ରିକେଟ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ ଓ ଜିଲ୍ଲା କ୍ରୀଡା ସଂଘ ମିଳିତ ଆନୁକୂଲ୍ଯରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଏହା ଆରମ୍ଭ ହୋଇଛି। ୮ ରୁ ୧୯ ବର୍ଷ ବାଳକ ବାଳିକା ଓ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏହି ତାଲିମ ଶିବିର ଗତକାଲି ଠାରୁ ଆରମ୍ଭ ହୋଇ ଆସନ୍ତା ୧୮ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।ଏହାକୁ ଜିଲ୍ଲାର ଜାତୀୟ ଆମ୍ପାୟାର ଅରୁଣ କୁମାର ଦାଶ ଉଦଘାଟନ କରିଥିବା ବେଳେ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଉଦଘାଟନୀ ଭାଷଣରେ ଗ୍ରୀଷ୍ମ କାଲିନ କ୍ରିକେଟ୍ ତାଲିମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।ଆୟୋଜିତ ଏହି ଉତ୍ସବରେ ଜିଲ୍ଲା କ୍ରୀଡା ସଂଘର ସାଧାରଣ ସଂପାଦକ ସୁନିଲ କୁମାର ସାହୁ,କ୍ରକେଟ ସଂପାଦକ ଅବିନାଶ ନନ୍ଦ,କାଉସିଲ ସଦସ୍ୟ ସୁବୋଧ କୁମାର ସାହୁ,ପଦ୍ମନାଭ ନାୟକ,ପୁର୍ବତନ ରଣଜୀ ଟ୍ରଫି ଖେଳାଳି ବଲଜିତ ସିଂ,ଶେଖ ଜାହାଙ୍ଗୀର,ସ୍ମୃତି ରଞ୍ଜନ ମହାପାତ୍ର,ଅଜିତ କୁମାର ହୋତା ପ୍ରମୂଖ ଉପସ୍ଥିତ ଥିଲେ।ପ୍ରଥମ ଦିନରେ ୭୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଅଧିକ ସଂଖ୍ୟାରେ ଯୋଗଦେବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ