Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରପାଲି (ଚିପିଲିମା) ଅଞ୍ଚଳରେ ଜଳସଂକଟ; ଅବିଳମ୍ବେ ପ୍ରତିକାର ଦାବି

ଚିପିଲିମା: ଗ୍ରୀଷ୍ମ ଦିନରେ କେହି ଜଳକଷ୍ଟ ଭୋଗିବେ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚକରି ଗାଁମାନଙ୍କରେ ପାନୀୟଜଳ ପ୍ରକଳ୍ପମାନ କରୁଛନ୍ତି।ହେଲେ ବିଭାଗିୟ ପରିଚାଳନାଗତ ତୃଟି ଯୋଗୁଁ ପ୍ରକଳ୍ପଗୁଡିକ ଅଚଳ ହୋଇ ପଡିରହିଛି।ଫଳରେ ଜନସାଧାରଣ ପାଣି ବୁନ୍ଦାଏପାଇଁ ଡହଳବିକଳ ହେଉଛନ୍ତି।ଏପରି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଚାରପାଲି,କୁସୁମଟିକ୍ରା,ତଥା ଛକ ଅଞ୍ଚଳରେ।ଏଠାରେ ଚାରପାଲି ରେ ଏକ ସ୍ବଜଳଧାରା ,ଗୋବିନ୍ଦପାଲି ରେ ଏକ ପାନୀୟଜଳ ପ୍ରକଳ୍ପ,ଚାରପାଲି ଛକରେ ଏକ ସୌରପ୍ରକଳ୍ପ ରହିଛି

ଏହା ପ୍ରାୟ ପାଞ୍ଚ ଦିନ ହେବ ବନ୍ଦ ରହିଛି।ହେଲେ ବିଡମ୍ବନା ହେଉଛି ଦୁଇ ପ୍ରକଳ୍ପ ମାସାଧିକ କାଳ ହେଲା ଅଚଳ ହୋଇ ପଡିରହିଛି।ଅପର ପକ୍ଷରେ ଏ ଅଞ୍ଚଳର ଜନସାଧାରଣ ପିଇବା ପାଣି ବୁନ୍ଦାଏ ପାଇଁ କଳବଳ ହେଉଛନ୍ତି। ପ୍ରତିବର୍ଷ ଚାରପାଲି ଛକରେ ଏକ ଜଳଛତ୍ର ରହୁଥିବାବେଳେ,ଏହି ବର୍ଷ ଛକରେ ଜଳଛତ୍ର ମଧ୍ୟ ଦିଆଯାଇନଥିବା ଅଭିଯୋଗ ହେଉଛି।ଏହି ଛକଦେଇ ନିୟମିତ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ,ପାଣିବୁନ୍ଦାଏ ପାଇଁ କଳବଳ ହେଉଥିବା ଦେଖାଯାଉଛିି।ଏପରି ଏକ ଗୁରୁତର ସମସ୍ୟାର ସମାଧାନ କରିବାକୁ ଦାବି ହେଉଥିବାବେଳେ, ବିଡ଼ିଓ ସଂଜୀବ ପଟେଲ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories